www.samajalive.in
Monday, December 15, 2025
16.1 C
Bhubaneswar

‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଚିତାର କଥା; ଜାଣନ୍ତୁ କେବେଠୁ ମିଳିବ ଚିତା ଦେଖିବାର ସୁଯୋଗ

ନୂଆଦିଲ୍ଲୀ: ‘ମନ୍ କୀ ବାତ୍’କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଭାରତୀୟ ଦର୍ଶନତତ୍ତ୍ୱ ନେଇ ଶିକ୍ଷା ଦେଇଥିଲେ । ସ୍ୱାଧୀନତା ପରେ ଉନ୍ନତ ମାର୍ଗକୁ ଆଣିବାକୁ ଦୀନ ଦୟାଲଙ୍କ ଉଲ୍ଲେଖନୀୟ ଭୂମିକା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ତାହା ସହ ଆଜିର ଏହି ‘ମନ୍ ‌କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅନେକ ପ୍ରସଙ୍ଗକୁ ନେଇ ନିଜର ମତ ରଖିଛନ୍ତି ।

ଚଣ୍ଡିଗଡ଼ ବିମାନବନ୍ଦରକୁ ସହିଦ ଭଗତ ସିଂହଙ୍କ ନାଁରେ ନାମିତ ହେବା ନେଇ ସେ କହିଛନ୍ତି । ଖାଲି ସେତିକି ନୁହେଁ, ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ ଭାବେ ସେପ୍ଟେମ୍ବର ୨୮ ତାରିଖକୁ ପାଳନ କରାଯିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ଜୁନ୍‌ ୨୧ରୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ୟୁଏନ୍‌ ମାନିନେଇଥିଲା । ହେଲେ ଏବେ ଭାରତର ରକ୍ତଚାପ ନିୟନ୍ତ୍ରଣ ଉଦ୍ୟମକୁ ୟୁଏନ୍‌ ମଧ୍ୟ ସ୍ୱୀକୃତି ଦେଇଛି । ମେରାଇନ୍ ଇକୋ ସିଷ୍ଟମ ପାଇଁ କ୍ଲାଇମେଟ ଚେଞ୍ଜ ବିପଦ ଭାବେ ଉଭା ହୋଇଛି ।

- Advertisement -

ବୁଦ୍ଧି ଥିଲେ ଭାତ ମିଳେ; ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ତେଣୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ସ୍ୱଚ୍ଛ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆମେ ଆତ୍ମନିର୍ଭର ପଥେ ବଢ଼ୁଛୁ । ଆମେ ମାନେ ଆତ୍ମନିର୍ଭର ହୋଇପାରିଲେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ ‘ମନ୍‌ କୀ ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି । ସେଥିପାଇଁ ଦେଶବାସୀଙ୍କୁ ଅଧିକରୁ ଅଧିକ ଖଦି, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଭାରତକୁ ଚିତା ଆସିବା ନେଇ ‘ମନ୍‌ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଛି କହିଥିବା ମଧ୍ୟ ଶୁଣିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଅନେକ ଲୋକ ଚିତା ଦେଖିବାକୁ କେବେ ସୁଯୋଗ ପାଇପାରିବୁ ବୋଲି ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚିତା ମାନଙ୍କ ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଏହି ଟାସ୍କଫୋର୍ସ ଚିତାଙ୍କ ଗତି ଉପରେ ନଜର ରଖିବେ । ଚିତା ମାନେ ଆମ ପରିବେଶରେ କିପରି ମିଶିପାରୁଛନ୍ତି । ଆମ ପରିବେଶରେ ସେମାନେ ମିଶି ସାରିଲେ ସାଧାରଣ ଜନତା ଚିତା ଦେଖିବାର ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ହାତୀ ଜଣାଇଲା ଧନ୍ୟବାଦ; ଦେଖନ୍ତୁ ଏହି ଭିଡିଓ

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories