www.samajalive.in
Monday, December 8, 2025
27.1 C
Bhubaneswar

ରାଜଧାନୀ ଦିଲ୍ଲୀରେ କମାଲ ଦେଖାଇଲେ ବଙ୍ଗୋମୁଣ୍ଡା ପୁଅ ବିଶ୍ବରଞ୍ଜନ

କଣ୍ଟାବାଞ୍ଜି: ଜାତୀୟ ସ୍ତରୀୟ ଭାର ଉତ୍ତୋଳନ ଚମ୍ପିୟାନସିପ ପ୍ରତିଯୋଗିତା ଗତ ସେପ୍ଟେମ୍ବର ତା ୨୨ରୁ ୨୪ ପର୍ଯ୍ୟନ୍ତ ନୂଆ ଦିଲ୍ଲୀ ଠାରେ ନ୍ୟାସନାଲ ସ୍ପୋର୍ଟସ ଫେଡରେସନ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ଜାତୀୟସ୍ତରରୁ ପ୍ରତି ରାଜ୍ୟରୁ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ୧୦୫ କିଲୋ ବର୍ଗ ବିଶିଷ୍ଟ ପ୍ରତ୍ୟେକ ରାଜ୍ୟରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ, ଓଡ଼ିଶା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ମଲକାସଡା ଗ୍ରାମରୁ ଶ୍ରୀ ବିଶ୍ୱରଂଜନ ବାଗ ୧୦୫ କିଲୋ ବର୍ଗରେ ଅଂଶ ଗ୍ରହଣ କରି ୩ୟ ସ୍ଥାନ ଅଧିକାର କରିଛନ୍ତି ।

ଏହା ପୂର୍ବରୁ ବିଶ୍ଵ ରଞ୍ଜନ ଜାତୀୟ ଭାର ଉତ୍ତୋଳନ ସଂଘ ଦ୍ୱାରା ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭାର ଉତ୍ତୋଳନ ଚାମ୍ପିଅନସିପରେ ୨ୟ ସ୍ଥାନ ଅଧିକାର କରିଥିଲେ । ବର୍ତ୍ତମାନ ସେ ଦେଶର ରାଜଧାନୀ ଦିଲ୍ଲୀର ତାଳ୍କାତୋରା ଇନ୍ଡୋର ଷ୍ଟାଡିୟମରେ ନିଜ କୌଶଳ ପ୍ରଦର୍ଶନ କରିଛନ୍ତି । ଏହି ଖବର ପାଇବା ପରେ ଗାଁର ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।  । ଗ୍ରାମାଞ୍ଚଳରୁ ବିଶ୍ଵ ରଞ୍ଜନ ଅଂଶ ଗ୍ରହଣ କରି ସଫଳ ହେବା ପରେ ଅନେକ ଯୁବକଙ୍କ ପ୍ରେରଣା ସ୍ରୋତ ପାଲଟିଛନ୍ତି । ଆଗକୁ ଆହୁରି କଠିନ ପରିଶ୍ରମ କରି ଅନ୍ତର୍ଜାତୀୟ ପ୍ରତିଯୋଗିତା ଗୁଡିକରେ ଅଂଶ ଗ୍ରହଣ କରି ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିବାକୁ ଇଚ୍ଛା ପ୍ରକାଶ କରିବା ସହ ଯୁବ ପିଢ଼ିଙ୍କୁ ସୁସ୍ଥ ସବଳ ସମାଜ ଗଠନ ପାଇଁ ଆହ୍ବାନ କରିଛନ୍ତି ।

- Advertisement -

 

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories