www.samajalive.in
Monday, December 15, 2025
27.1 C
Bhubaneswar

ମଣିପୁର ଏନ୍‍କାଉଣ୍ଟର ମାମଲା: ସିବିଆଇ ନିର୍ଦେଶକଙ୍କୁ ସୁପ୍ରିମକୋର୍ଟ ସମନ

ନୂଆଦିଲ୍ଲୀ,୨୭ା୭: ମଣିପୁର ଏନ୍‍କାଉଣ୍ଟର ମାମଲାର ତଦନ୍ତରେ ବିଳମ୍ବ କାରଣରୁ ସିବିଆଇ ନିର୍ଦେଶକଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ସମନ ଜାରି କରି ଜୁଲାଇ ୩୦ରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ ନିମନ୍ତେ ସିବିଆଇ ଅଧିକାରୀମାନଙ୍କର ଏକ ଦଳ ଗଠନ କରିବାକୁ ସୁପ୍ରିମକୋର୍ଟ ଦୁଇ ସପ୍ତାହ ପୂର୍ବେ ସିବିଆଇକୁ ନିର୍ଦେଶ ଦେଇଥିଲେ। ଏହା ସତ୍ତ୍ବେ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ କ୍ଷୋଭ ପ୍ରକାଶ କରିବା ସହିତ ଏହି ସମନ ଜାରି କରିଛନ୍ତି। ଉଲ୍ଲେଖ ଯେ, ୨୦୦୦ରୁ ୨୦୧୨ ମଧ୍ୟରେ ୧,୫୨୮ଟି ଘଟଣାରେ ସେନା, ଆସାମ ରାଇଫଲ୍ସ ଏବଂ ମଣିପୁର ପୁଲିସ ମିଥ୍ୟା ଏନ୍‍କାଉଣ୍ଟର କରିଥିବା ଅଭିଯୋଗ ହୋଇଥିଲା। ୨୦୧୮ ଏପ୍ରିଲରେ ଏଗୁଡିକ ମଧ୍ୟରୁ ୨୮୨ଟି ମାମଲା ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଯାଇଥିଲା। ସେନା ଓ ଆସାମ ରାଇଫଲ୍ସ ସମ୍ପୃକ୍ତ ଥିବା ମାମଲାଗୁଡିକୁ ପୃଥକ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଥିଲେ। ପୁଲିସ ବିରୋଧରେ ରହିଥିବା ମିଥ୍ୟା ଏନ୍‍କାଉଣ୍ଟର ମାମଲାଗୁଡିକର ତଦନ୍ତ କରାଇବାକୁ ମଣିପୁର ସରକାରକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ତେବେ ୨୦୧୬ରେ ଏକ ଆବେଦନ ଉପରେ ଶୁଣାଣି କରି ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଅଫସ୍ପା) ଅଧୀନରେ ମିଥ୍ୟା ଏନ୍‍କାଉଣ୍ଟର ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ; କିନ୍ତୁ ଜାମ୍ମୁ-କାଶ୍ମୀର ଏବଂ ଆସାମ ଭଳି ସମ୍ବେଦନଶୀଳ ରାଜ୍ୟଗୁଡିକରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ନେଇ କୌଣସି ଏଫ୍‍ଆଇଆର୍‍ କରାଯାଇପାରିବ ନାହିଁ ବୋଲି ସେନା ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories