www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଥମ ଉଡ଼ାଣ ଭରିଲା ଆପାଚେ, ଚିନୁକ୍‍ ହେଲିପକ୍ଟର

ନୂଆଦିଲ୍ଲୀ : ରାଫେଲ ବିମାନ କ୍ରୟକୁ ନେଇ ବିବାଦ ଲାଗି ରହିଥିବାବେଳେ ଭାରତୀୟ ସୈନ୍ୟ ବାହିନୀ ଏହାର ସାମର୍ଥ୍ୟ ବୃଦ୍ଧି ଦିଗରେ ଶୁକ୍ରବାର ଆଉଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଭାରତୀୟ ବାୟୁସେନା ବିଶ୍ୱର ଅତ୍ୟାଧୁନିକ ଯୁଦ୍ଧ ହେଲିକପ୍ଟର ଭାବେ ପରିଚିତ ଆପାଚେ ଏବଂ ଚିନୁକ୍‍ ହେଲିକପ୍ଟରର ସଫଳ ଉଡାଣ ଶେଷ କରିଛି। ଏଗୁଡିକ ଦେଶର ପ୍ରଥମ ଆପାଚେ ଏବଂ ଚିନୁକ୍‍ ବିମାନ। ଚୁକ୍ତି ଅନୁସାରେ ୨୦୧୯ ସୁଦ୍ଧା ୨୨ଟି ଏଏଚ୍‍-୬୪ଇ ଆପାଚେ ଏବଂ ୧୫ଟି ସିଏଚ୍‍-୪୭ଏଫ୍‍ ଚିନୁକ୍‍ ହେଲିକପ୍ଟର ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ ବୋଲି ବୋଇଂ ଇଣ୍ଡିଆ ଅଧ୍ୟକ୍ଷ ପ୍ରତ୍ୟୁଶ କୁମାର ସୂଚନା ଦେଇଛନ୍ତି। ଏହି ହେଲିକପ୍ଟର କ୍ରୟ ନେଇ ୨୦୧୫ ସେପ୍ଟେମ୍ବରରେ ଆମେରିକା ସହିତ ରାଜିନାମା ସ୍ୱାକ୍ଷର ହୋଇଥିଲା। ଟାଟା ଓ ବୋଇଂ କମ୍ପାନୀ ମଧ୍ୟରେ ଏହି ଚୁକ୍ତି ହୋଇଥିଲା। ପରେ ୨୦୧୭ରେ ଅତିରିକ୍ତ ୬ଟି ଆପାଚେ କ୍ରୟ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଭାରତୀୟ ଶିଳ୍ପ ଅଂଶୀଦାର ଡାଇନାମିକ୍ସ ଚିନୁକ୍‍ ହେଲିକପ୍ଟର ନିର୍ମାଣ କରୁଛି। ସେହିଭଳି ଟାଟା ବୋଇଂର ମିଳିତ ଉଦ୍ୟୋଗରେ ହାଇଦରାବାଦ୍‍ଠାରେ ଆପାଚେ ହେଲିକପ୍ଟର ନିର୍ମାଣ ଜାରି ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories