www.samajalive.in
Monday, December 15, 2025
27.1 C
Bhubaneswar

ମୁସଲମାନଙ୍କ ଯୋଗୁ ବଳତ୍କାର ବଢୁଛି : ବିଜେପି ସାଂସଦ

ନୂଆଦିଲ୍ଲୀ : ଭାରତରେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆତଙ୍କବାଦ, ବଳାତ୍କାର, ଯୌନ ହିଂସା ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ମନ୍ତବ୍ୟ ଦେଇ ବିଜେପି ସାଂସଦ ହରିଓମ୍‍ ପାଣ୍ଡେ ବିବାଦୀୟ ହୋଇପଡିଛନ୍ତି। ପାଣ୍ଡେ ଉତ୍ତରପ୍ରଦେଶର ଆମ୍ବେଦକର ନଗରର ସାଂସଦ। ଗଣମାଧ୍ୟମ ସହିତ ଆଲୋଚନାବେଳେ ସେ କହିଛନ୍ତି, ମୁସଲମାନମାନେ ୩-୪ଟି ବିବାହ କରୁଛନ୍ତି ଏବଂ ୭-୮ଟି ସନ୍ତାନ ଜନ୍ମ ଦେଉଛନ୍ତି। ସରକାର ଯଦି ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ଅଙ୍କୁଶ ନ ଲଗାଇବେ ତା’ହେଲେ ଖୁବ୍‍ଶୀଘ୍ର ଦେଶ ଭିତରେ ଏକ ପାକିସ୍ତାନ ସୃଷ୍ଟି ହେବ। ମୁସଲମାନ ସମ୍ପ୍ରଦାୟ ଏବେ ସରିଆ ଅଦାଲତର ଦାବି ଉଠାଇଛନ୍ତି। ଭବିଷ୍ୟତରେ ସେମାନେ ଏକ ନୂତନ ପାକିସ୍ତାନର ଦାବି ମଧ୍ୟ ଉଠାଇପାରନ୍ତି। ମୁସଲମାନ ଜନସଂଖ୍ୟା ବୃଦ୍ଧି କାରଣରୁ ନିଯୁକ୍ତି ଏବଂ ଆର୍ଥିକ ଅଭିବୃଦ୍ଧି ପ୍ରଭାବିତ ହେବ। ଫଳରେ ଦେଶରେ ଅରାକତା ସୃଷ୍ଟି ହେବ। ଏଭଳି ପରିସ୍ଥିତିରୁ ମୁକ୍ତି ନିମନ୍ତେ ଜନସଂଖ୍ୟା ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ସଂସଦରେ ଏକ ବିଧେୟକ ଅଣାଯିବା ଉଚିତ। ଏହାଦ୍ୱାରା ଭାରତକୁ ପୁନଃ ବିଭାଜନରୁ ରକ୍ଷା କରାଯାଇପାରିବ ବୋଲି ସେ ଦର୍ଶାଇଛନ୍ତି। ତାଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବିତର୍କ ଆରମ୍ଭ ହୋଇଛି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories