www.samajalive.in
Sunday, December 7, 2025
14.1 C
Bhubaneswar

ରାଷ୍ଟ୍ରପତି ଭବନରେ ‘ମଣିକର୍ଣ୍ଣିକା-ଦି କୁଇନ୍‍ ଅଫ୍‍ ଝାନ୍ସୀ’ର ବିଶେଷ ପ୍ରଦର୍ଶନ

ନୂଆଦିଲ୍ଲୀ : କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ୍‍ ଅଫ୍‍ ଝାନ୍ସୀ’ ୨୫ ଜାନୁଆରୀରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଆଜି(୧୮ଜାନୁଆରୀ) ଏହାକୁ ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ କରାଯିବ। ଏହା ବିଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ଆୟୋଜିତ କରାଯାଇଛି।

image courtesy-Times of India

ନିଜ ଚଳଚ୍ଚିତ୍ରର ବିଶେଷ ପ୍ରଦର୍ଶନକୁ ନେଇ କଙ୍ଗନା କହିଛନ୍ତି, “ଏହା ହେଉଛି ଝାନ୍ସୀ ରାଣୀ ଲକ୍ଷ୍ମୀ ବାଈଙ୍କ ପରାକ୍ରମର କାହାଣୀ, ଯିଏକି ଆମ ଦେଶର ଗର୍ବ ଓ ଗୌରବ। ଆମର ସମ୍ପୂର୍ଣ୍ଣ ଟିମ୍‍ ବହୁତ ଖୁସି ଓ ଗର୍ବିତ ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆମର ଏହି ଚଳଚ୍ଚିତ୍ରକୁ ଦେଖିବେ”।

- Advertisement -
image courtesy-India.com

ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ରରେ କଙ୍ଗନା ମୁଖ୍ୟ ଭୂମିକାରେ ଅଭିନୟ କରିବା ସହିତ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଜଗତରେ ପାଦ ଥାପିଛନ୍ତି। କଙ୍ଗନାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଅଙ୍କିତା ଲୋଖଣ୍ଡେ, ଅତୁଲ କୁଲକର୍ଣ୍ଣୀ, ଡେନୀ, ସୁରେଶ ଓବରୟ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories