ପରଦାକୁ ଆସିଲା ‘ମଣିକର୍ଣ୍ଣିକା-ଦି କୁଇନ୍ ଅଫ୍ ଝାନ୍ସୀ’
ମୁମ୍ବଇ : କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ୍ ଅଫ୍ ଝାନ୍ସୀ’ ଶୁକ୍ରବାର(୨୫ ଜାନୁଆରୀ) ମୁକ୍ତିଲାଭ ହୋଇଛି। ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କୁ ରାଣୀ ଲକ୍ଷ୍ମୀ ବାଈଙ୍କ ଭୂମିକାରେ ଦେଖିବାକୁ ମିଳିଛି। ପୂର୍ବରୁ ଚଳଚ୍ଚିତ୍ରକୁ ନେଇ ଅନେକ ଚର୍ଚ୍ଚା ଜାରି ରହିଥିବା ବେଳେ ବକ୍ସ ଅଫିସ କଥା କହିବାକୁ ଗଲେ, ପ୍ରଥମ ଦିନରେ ଚଳଚ୍ଚିତ୍ର ୧୨-୧୩ କୋଟି ଟଙ୍କା ଆୟ କରିପାରେ ବୋଲି ଟ୍ରେଡ଼୍ ଏକ୍ସପର୍ଟ ଗିରୀଶ ଜୋହର କହିଛନ୍ତି। ଜୋହରଙ୍କ କହିବା ଅନୁସାରେ, ମଣିକର୍ଣ୍ଣିକା ସବୁଠାରୁ ଅଧିକ ଆୟକାରୀ ମହିଳା କୈନ୍ଦ୍ରିକ ଚଳଚ୍ଚିତ୍ର ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ସହ ନବାଜୁଦ୍ଦିନ ସିଦ୍ଦିକୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଠାକରେ’ର କଡ଼ା ଟକ୍କର ଜାରି ରହିଛି।