www.samajalive.in
Monday, December 15, 2025
24.1 C
Bhubaneswar

ଉତ୍କଳର ଗର୍ବ ମାଣିଆବନ୍ଧର ବୌଦ୍ଧ ସଂସ୍କୃତି ଓ ବୟନ କଳା ଅନନ୍ୟ

ବଡ଼ମ୍ବା  : ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପରମ କାରୁଣିକ ବୁଦ୍ଧଦେବଙ୍କ ତ୍ରିଶରଣ ବାଣୀର ଧ୍ୱନିରେ ଗୁରୁବାର ଉଦଘାଟିତ ହୋଇଯାଇଛି ଏକାଦଶ ମାଣିଆବନ୍ଧ ବୁଦ୍ଧ ମହୋତ୍ସବ । ଶିଳ୍ପୀଗ୍ରାମ ମାଣିଆବନ୍ଧର ପାରମ୍ପରିକ ବୟନ କଳା ଓ ପ୍ରାଚୀନ ବୌଦ୍ଧ ସଂସ୍କୃତି ଉତ୍କଳର ଅନ୍ୟତମ ଗର୍ବ ଓ ଗୌରବ ବୋଲି ଉଦଘାଟନୀ ସନ୍ଧ୍ୟାର ଅତିଥିମାନେ ଏହି ଅବସରରେ ମତପୋଷଣ କରିଥିଲେ। ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବ୍ୟବହିତ ଅବସରରେ ମାଣିଆବନ୍ଧ ବୌଦ୍ଧବିହାର ପରିସରସ୍ଥ ମହୋତ୍ସବ ମଞ୍ଚରେ ୫ଦିନ ବ୍ୟାପି ଉକ୍ତ ଉତ୍ସବକୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ପୂର୍ବତନ ସାଂସଦ ଡ.ପ୍ରଶନ୍ନ କୁମାର ପାଟ୍ଟଶାଣୀ । ମାଣିଆବନ୍ଧ ବୌଦ୍ଧ ସଂଘ ଆନୁକୂଲ୍ୟରେ ଏବଂ ରାଜ୍ୟ ସଂସ୍କୃତି ବିଭାଗ ତଥା ଜିଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ସଂଘର ସ୍ଥାୟୀ ସଭାପତି ଚକ୍ରଧର ଦଳେଇ ପୌରୋହିତ୍ୟ କରିଥିଲେ। ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ପୂର୍ବତନ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ବିଡିଓ ରମେଶ କୁମାର ଜେନା, ତହସିଲଦାର ନୀଳକଣ୍ଠ ବେହେରା ପ୍ରମୁଖ ଅନୁଷ୍ଠିତ ପ୍ରଥମ ସଂଧ୍ୟାର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

- Advertisement -

ସେହଭଳି ମାଣିଆବନ୍ଧ, ମହୁଲିଆ ଏବଂ ସନ୍ତରାବାଳି ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି, ସେମାନଙ୍କ ପ୍ରତିନିଧି ତଥା ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଆମନ୍ତ୍ରିତ ଅତିଥିଭାବେ ଉତ୍ସବରେ ଯୋଗଦେଇଥିଲେ। ବୌଦ୍ଧ ସଂଘର କାର୍ଯ୍ୟକାରୀ ସଭାପତି ଅରକ୍ଷିତ ଦେବତା ମଞ୍ଚ ସଂଯୋଜନା କରିଥିବା ବେଳେ ଆଇନଜୀବୀ ଅଜିତ ପ୍ରସାଦ ଚୌଧୁରୀ ସ୍ୱାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ମହୋତ୍ସବର ଅନ୍ୟତମ ସଂଯୋଜକ ଜିଲା ପରିଷଦ ସଭ୍ୟ ରବିନ୍ଦ୍ର କୁମାର ସାହୁ ଉତ୍ସବର ଐତିହ, ମାଣିଆବନ୍ଧର ବୌଦ୍ଧ ସଂସ୍କୃତି, ପାରମ୍ପରିକ ବୟନ କଳା, କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ମହୋତ୍ସବର ମୁଖ୍ୟ ପୁରୋଧା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟ ସଂସ୍କୃତି ବିଭାଗର ସହଯୋଗ ସମ୍ପର୍କରେ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଅଞ୍ଚଳର ପ୍ରତିଭାଧର ବ୍ୟକ୍ତି ବିଶେଷ, କୃତି ଛାତ୍ରଛାତ୍ରୀ ତଥା ଅତିଥିଙ୍କୁ ଆୟୋଜକ ମାଣିଆବନ୍ଧ ବୌଦ୍ଧ ସଂଘ ଏବଂ ଉତ୍ସବ ପାଳନ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ କଳାକାରଙ୍କ ସମେତ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଯାଯପୁରର ଗୁରୁକୃଷ୍ଣ ଦାସ ଗ୍ରୁପ, ଗଞ୍ଜାମର ଉପେନ୍ଦ୍ର ଭଞ୍ଜ କଳା ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତ ହଜାରହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories