www.samajalive.in
Saturday, December 6, 2025
15.1 C
Bhubaneswar

ଭୀମକୁଣ୍ଡ ଶିବ ମନ୍ଦିର

ମଧ୍ୟପ୍ରଦେଶର ଖଣ୍ଡବା ଜିଲାରେ ଏକ ବୃହତ ଶିବ ମନ୍ଦିର ଅଛି। ଏହାକୁ ଭୀମକୁଣ୍ଡ ଶିବ ମନ୍ଦିର ବୋଲି କୁହାଯାଇଥାଏ। ଏହି ମନ୍ଦିରରେ ଭୀମ ପ୍ରଭୁ ମହାଦେବଙ୍କୁ ପୂଜା କରିଥିଲେ ବୋଲି କୁହାଯାଏ। ଯେଉଁ ସମୟରେ ପାଣ୍ଡବମାନେ ଅଜ୍ଞାତବାସରେ ଯାଇଥିଲେ। ଏହା ସେହି ସମୟର କଥା ବୋଲି ଉଲ୍ଲେଖ ରହିଛି।
ଅଜ୍ଞାତବାସ ସମୟରେ ପାଣ୍ଡବମାନେ  ଖଣ୍ଡବାକୁ ଆସିଥିଲେ। ଆସିବା ପରେ ସେ ଜାଣିଥିଲେ ଯେ ଏହି ସ୍ଥାନରେ ଜଳ ନାହିଁ। ଏହା ପରେ ଭୀମ ନିଜ ଗଦା ଦ୍ୱାରା ଭୂମି ଉପରେ ଜୋରରେ ପ୍ରହାର କରିଥିଲେ। ଫଳରେ ଜଳର ଧାରା ବହିବାକୁ ଲାଗିଥିଲା। ଏହା ସହ ଭୀମ ଏହି ସ୍ଥାନରେ ଏକ ଶିବ ଲିଙ୍ଗ ମଧ୍ୟ ସ୍ଥାପନ କରି ପୂଜା କରିଥିଲେ। ଏହା ପରେ ଏହି ସ୍ଥାନରେ ଏକ ଶିବ ମନ୍ଦିର ନିର୍ମାଣ କରାଯାଇଥିଲା।
ଭୀମକୁଣ୍ଡ ଶିବ ମନ୍ଦିର ଖଣ୍ଡବା ସହର ଠାରୁ ୪ ରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ମନ୍ଦିରର ଚାରିପାଖରେ ପାଣି ରହିଛି। ମନ୍ଦିର ନିକଟକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ତେଣୁ ଭକ୍ତମାନେ ଭେଳା ଦ୍ୱାରା ମନ୍ଦିର ନିକଟକୁ ଯାଇଥାଆନ୍ତି। ମନ୍ଦିରର ଆଖପାଖ ଅଞ୍ଚଳ ଶସ୍ୟଶ୍ୟାମଳା ଭରା। ଏଠାକୁ ଆସିବା ପରେ ମନକୁ ଖୁବ ଶାନ୍ତି ମିଳିଥାଏ। ବିଭିନ୍ନ ପ୍ରକାରର ଗଛଲତା ରହିଛି। ଏହି ମନ୍ଦିରକୁ ଆସି ଭଗବାନଙ୍କ ଶିବକୁ ଦର୍ଶନ କରିବା ପରେ ମାନସିକ ଶାନ୍ତି ମିଳିଥାଏ। ଶିବରାତ୍ରି , ଶ୍ରାବଣ ମାସ ଆଦି ସମୟରେ ଏଠାରେ ବେଶ ଜନସମାଗମ ହୋଇଥାଏ। ଭଗବାନଙ୍କୁ ଜଳାଭିଷେକ କରିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories