www.samajalive.in
Saturday, December 6, 2025
14.1 C
Bhubaneswar

ଏହି ମନ୍ଦିରରେ ଭଗବାନଙ୍କ ନିକଟରେ ହୋଇଥାଏ ଚକୋଲେଟ ଭୋଗ

ମନ୍ଦିରରେ ସାଧାରଣତଃ ଭୋଗ ଭାବେ ନଡ଼ିଆ, କଦଳୀ, ମିଠା , ଲଡ଼ୁ , ମିଶ୍ରି, ସୁଜି ହାଲୱା ଆଦି ଭୋଗ ହୋଇଥାଏ। ମାତ୍ର ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଭୋଗ କରିବା ପାଇଁ ଚକୋଲେଟର ବ୍ୟବହାର କରାଯାଏ ଓ ଭୋଗ କରିବା ପରେ ବଣ୍ଟାଯାଏ। ଏପରି ଏକ ମନ୍ଦିର ହେଉଛି କେରଳର ଥେକନ ପଲାନି ବାଲଶୁଭ୍ରମଣ୍ୟୁମ୍‍ ମନ୍ଦିର।
ବାଲଶୁଭ୍ରମଣ୍ୟୁମ୍‍ ଏପରି ମନ୍ଦିର ଯେଉଁଠାରେ ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ପରେ ଚକୋଲେଟ ଭୋଗ କରାଯାଇଥାଏ। ଏହି ମନ୍ଦିରର ଦେବତାଙ୍କୁ ମଞ୍ଚ ମୁର୍‍ଗନ ଓ କାର୍ତ୍ତିକେୟଙ୍କ ନାମରେ ପ୍ରସିଦ୍ଧ। ଏହି ଭଗବାନଙ୍କ ନିକଟକୁ ଶ୍ରଦ୍ଧାଳୁମାନେ ଚକୋଲେଟ ନେଇ ଆସିଥାଆନ୍ତି। ଭଗବାନଙ୍କ ନିକଟରେ କେଉଁ କାରଣରୁ ଓ କେବେ ଠାରୁ ଚକୋଲେଟ ଭୋଗ ହେବା ଆରମ୍ଭ ହେଲା, ତାହା ସଠିକ ଭାବେ କୌଣସି ତଥ୍ୟ ନାହିଁ। କିନ୍ତୁ ବହୁ ଲୋକେ ଏପରି ହେବାର କାରଣ ପିଲାମାନଙ୍କୁ ମାନିଥାଆନ୍ତି। ପ୍ରଚଳତି କଥା ଅନୁଯାୟୀ ପ୍ରଥମେ କିଛି ପିଲା ଭଗବାନଙ୍କ ନିକଟରେ ଚକୋଲେଟ ଭୋଗ କରିଥିଲେ। ଏହା ପରେ ଅନ୍ୟାନ୍ୟ ଲୋକେ ମଧ୍ୟ ମନ୍ଦିରକୁ ଚକୋଲେଟ ଆଣିଲେ। ଧୀରେ ଧୀରେ ଏହା ଏକ ପରମ୍ପରା ହୋଇଯାଇଛି। ଏପରି ମଧ୍ୟ ମାନ୍ୟତା ରହିଛି ଯେ, ଶ୍ରଦ୍ଧା ସହ ଅର୍ପଣ କରାଯାଉଥିବା ଭୋଗ ଭଗବାନ ଗ୍ରହଣ କରିଥାଆନ୍ତି। ତେଣୁ ଏଠାରେ ଚକୋଲେଟ ଭୋଗକୁ ମଧ୍ୟ ସଭିଏଁ ଆନନ୍ଦର ସହ ଗ୍ରହଣ କରିଥାଆନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories