www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁର ଜିଲାରେ ୧୫ ଶହ ହେକ୍ଟର ଜମିରେ ହେବ ମାଣ୍ଡିଆ ଚାଷ

ସମ୍ବଲପୁର : ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ପାରମ୍ପରିକ ଧାନ ଚାଷ ସମେତ ଅଣ ପାରମ୍ପରିକ ଚାଷ ଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି। ବିଗତ କିଛି ବର୍ଷ ହେବ ଅଣ ପାରମ୍ପରିକ ଚାଷ ଗୁଡିକ ମଧ୍ୟରେ ମାଣ୍ଡିଆ ଚାଷ ଅନ୍ୟ ଚାଷ ଗୁଡିକ ଅପେକ୍ଷା ଆଗରେ ରହିଛି। ଏହି କ୍ରମରେ ପଶ୍ଚିମ ଓଡିଶାର ପ୍ରମୁଖ ଜିଲା ସମ୍ବଲପୁର ଠାରେ ମାଣ୍ଡିଆ ଚାଷକୁ ବେଶ ଗୁରୁତ୍ୱ ଦିଆଯାଉଛି।

ଚଳିତ ବର୍ଷ ସମ୍ବଲପୁର ଜିଲାରେ ୧୫ ଶହ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବାକୁ ଯୋଜନା ରଖାଯାଇଛି କାର‌୍ୟ୍ୟ ଜାରି ରହିଛି ବୋଲି ଜଣାପଡିଛି। ଜିଲା ମିଲେଟ (ମାଣ୍ଡିଆ) ମିଶନ ପ୍ରକଳ୍ପର ସଂଯୋଜକ ସୁଧାଂଶୁ ରାୟଗୁରୁ ସୂଚନା ଦେଇ କହିଛନ୍ତି ଯେ, ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ପାଇଁ ଚଳିତ ବର୍ଷ ସରକାରଙ୍କ ତରଫରୁ ମାଣ୍ଡିଆର ପ୍ରତି କ୍ୟୁଣ୍ଟାଲ ଦଳ ସର୍ବ ନିମ୍ନ ୪୨୯୦ ଟଙ୍କା କରାଯାଇଛି।

- Advertisement -

ଫଳରେ ଚାଷୀ ମାନଙ୍କ ମଧ୍ୟରେ ଏହି ଚାଷକୁ ନେଇ ଉତ୍ସାହ ଦେଖା ଦେଇଛି।ଏଥି ସହ ଆଗାମୀ ଦିନରେ ସମ୍ବଲପୁର ସହରରେ ମିଲେଟ କେଫେ ଓ ମିଲେଟ ଆଉଟଲେଟ ଏବଂ ବ୍ଲକ ଗୁଡିକରେ ଏସଏଚଜି ମିଲେଟ ଟିଫିନ କେନ୍ଦ୍ର ମଧ୍ୟ ଆରମ୍ଭ କରାଯିବାର ଯୋଜନା ମଧ୍ୟ କରାଯାଇଛି ବୋଲି ଶ୍ରୀ ରାୟଗୁରୁ କହିଛନ୍ତି।

ସାଧାରଣତଃ ମିଲେଟ ଚାଷ ରୂପେ ମାଣ୍ଡିଆ, ବାଜରା, ଗଙ୍ଗେଇ, କାଙ୍ଗୁ, ଗୁରୁଜି ଆଦି ଫସଲକୁ ଚାଷ କରାଯାଉଥିବା ବେଳେ ବହୁଳ ରୂପେ ମାଣ୍ଡିଆକୁ ଚାଷ କରିବାକୁ ଚାଷୀ ମାନେ ଆଗ୍ରହୀ ହେଉଥିବାର ଲକ୍ଷ୍ୟ କରାଯାଉଛି। ମାଣ୍ଡିଆରୁ ନିର୍ମିତ ମାଣ୍ଡିଆ ଗୁଣ୍ଡ କରାଯାଇ କେକ, ବିସ୍କୁଟ, ପିଠା, ଲଡୁ ଭଳି ସୁସ୍ୱାଦୁ କିସମ କିସମର ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି ଏବଂ ଲୋକଙ୍କ ମଧ୍ୟରେ ଏହାର ଚାହିଦା ମଧ୍ୟ ବେଶ ରହୁଛି । ଜିଲାର ଯୁଯୁମୁରା, ରେଢ଼ାଖୋଲ, ନାକଟିଦେଉଳ, କୁଚିଣ୍ଡା, ଜମନକିରା, ବାମରା ଭଳି ୬ଟି ବ୍ଲକ ଅଞ୍ଚଳରେ ଏବେ ସଫଳତାର ସହିତ ଚାଷୀ ମାନେ ମାଣ୍ଡିଆ ଚାଷ କରୁଛନ୍ତି।

ବ୍ଲକର ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଚାଷୀ ମାନଙ୍କ ଠାରୁ ଉତ୍ପାଦିତ ଦ୍ରବ୍ୟ ଗୁଡିକୁ ସଂଗ୍ରହ କରି ସେଥିରୁ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଜିଲାରେ ଯେଭଳି ଭାବରେ ସରକାରୀ ପ୍ରୋତ୍ସାହନ କରାଯାଇ ଚାଷୀ ମାନଙ୍କୁ ଉତ୍ସାହିତ କରାଯାଉଛି ଏବଂ ଜନତା ମଧ୍ୟ ବିଭିନ୍ନ ପ୍ରକାରର ସୁସ୍ୱାଦୁ ମାଣ୍ଡିଆ ଖାଦ୍ୟ ଗୁଡିକୁ ସାଦରେ ଗ୍ରହଣ କରୁଥିବାରୁ ଆଗାମୀ ଦିନରେ ମାଣ୍ଡିଆ ଚାଷ ଜିଲାରେ ବେଶ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories