www.samajalive.in
Monday, December 15, 2025
17.1 C
Bhubaneswar

ଦହିବରା ବିକାଳିଙ୍କୁ ମହଙ୍ଗା ପଡିଲା ଗୁଗଲରେ ନମ୍ବର ଖୋଜିବା, ହରାଇଲେ ୯୪ ହଜାର

ରେଙ୍ଗାଲି: ଘରେ ବସି ଜିନିଷ କିଣିବା ଲାଗି ସମସ୍ତେ ଅନ୍ ଲାଇନ୍ ଶପିଂକୁ ପସନ୍ଦ କରୁଛନ୍ତି। ଏହାର ସୁଯୋଗରେ ସାଇବର ଠକ ବି ଫାଇଦା ଉଠାଇ ଲୋକଙ୍କଠାରୁ ଟଙ୍କା ଠକି ନେଇଯାଉଛନ୍ତି। ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଅଞ୍ଚଳର ମିତିଳେଶ ସା ନାମକ ଜନୈକ ଦହିବରା ଓ ଲିଟି ଚୋଖା ବିକାଳି। ଠକେଇର ଶିକାର ହେବା ପରେ ମିତିଲେଶ ଆଜି ଠେଲକୋଲୋଇ ଥାନାରେ ଫେରାଦ୍ ହୋଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ମିତିଳେଶ ଫ୍ଲିପକାର୍ଟରେ ୨୫ଶହ ଟଙ୍କା ମୂଲ୍ୟର ହୋମ୍ ଥିଏଟର୍  ମଗାଇଥିଲେ। ଡେଲିଭେରି ବଏ ଆସି  ମିତିଳେଶଙ୍କୁ ହୋମ୍ ଥିଏଟର୍ ଦେଇଥିଲା। ହୋମ୍ ଥିଏଟର୍ ପସନ୍ଦ ନ ହେବାରୁ ମିତିଳେଶ  ଅର୍ଡର କ୍ୟାନସେଲ୍ କରିଥିଲେ। ଏହାପରେ ଦୀର୍ଘ ଦିନ ଧରି ଫ୍ଲିପକାର୍ଟ କମ୍ପାନୀ ମିତିଳେଶଠାରୁ ହୋମ୍‌ ଥିଏଟର ଫେରସ୍ତ ନେଲା ନାହିଁ। ଫଳରେ ମିତିଳେଶ ଗୁଗୁଲରେ ଫ୍ଲିପକାର୍ଟ କମ୍ପାନୀର କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିଥିଲେ। ସେଥରୁ ଏକ ନମ୍ବର ମିଳିବା ପରେ ସେଥିରେ ଫୋନ୍ କରି ହୋମ୍ ଥିଏଟର ଫେରାଇ ନେଇ ଟଙ୍କା ଫେରସ୍ତ ଦେବାକୁ କହିଥିଲେ। ଉକ୍ତ କଷ୍ଟମର କେୟାର ନମ୍ବରରେ କଥା ହେଉଥିବା ବ୍ୟକ୍ତି କୌଶଳ କରି ମିତିଳେଶର ଆକାଉଣ୍ଟ ନମ୍ବର ମାଗି ନେଇ ମିତିଳେଶଙ୍କ ଆକାଉଣ୍ଟରୁ ୯୪ ହଜାର ଟଙ୍କା ଠକି ନେଇ ଥିବା ଥାନାରେ ଅଭିଯୋଗ ହୋଇଛି।

- Advertisement -

ଏ ସଂକ୍ରାନ୍ତରେ ଠେଲକୋଲୋଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ବୁଲୁ ସ୍ବାଇଁ ସୂଚନା ଦେଇଛନ୍ତି। ସାଇବର ଠକେଇର ଶିକାର ହୋଇଥିବା ମିତିଳେଶ ବିହାରର ମୂଳ ବାସିନ୍ଦା। ଗତ ୫ବର୍ଷ ହେଲା ସେ ଠେଲକୋଲୋଇରେ ଦହିବରା ଓ ଲିଟି ଚୋଖା ବିକି ପରିବାର ପ୍ରତିପୋଷଣ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories