ଫୁଲବାଣୀ(ଦାରିଙ୍ଗବାଡ଼ି): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଗୁରୁବାର ପରପାଙ୍କା ଓ ଡୁଲୁରୀ ଗ୍ରାମ ନିକଟ ନଦୀ ତଳିଆ ଜଙ୍ଗଲରେ ପ୍ରାୟ ୭୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮କୋଟି ୫ଲକ୍ଷ ଟଙ୍କା ହେବ। ଏ ନେଇ ଉକ୍ତ ଗ୍ରାମର ୪ଜଣ ଗଞ୍ଜେଇ ଚାଷୀଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ପରପାଙ୍କା ଗ୍ରାମର ମାନସ ପ୍ରଧାନ (୩୨), ରାଜୁ ବେହେରା (୨୯), ପ୍ରଫୁଲ୍ଲ କୁମାର ପ୍ରଧାନ (୬୦), ଆଦିକନ୍ଦ ପ୍ରଧାନ (୫୦)। ଏମାନଙ୍କ ବ୍ୟତୀତ ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ସତ୍ୟଜିତ ମଲ୍ଲିକଙ୍କୁ ଗିରଫ କରାଯାଇଛି। ଚାଷୀମାନଙ୍କୁ ସହଯୋଗ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏ ନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଞ୍ଚଳରେ ଗଞ୍ଜେଇ ଚାଷ ଓ କାରବାରକୁ ବନ୍ଦ କରିବାକୁ ଅନୁରୋଧ କରାଯାଇଛି।



