www.samajalive.in
Monday, December 8, 2025
20.1 C
Bhubaneswar

ଝାରସୁଗୁଡ଼ା ପୌର ପରିଷଦରେ ମଶାତେଲ ଦୁର୍ନୀତି, ୪ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌର ପରିଷଦରେ ମଶାତେଲ କିଣାରେ ଦୁର୍ନୀତି ଅଭିଯୋଗ ହୋଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଝାରସୁଗୁଡ଼ା ପୌର ପରିଷଦରେ ମଶାତେଲ କିଣାରେ ଦୁର୍ନୀତି ଅଭିଯୋଗ ୪ଜଣଙ୍କୁ ଗିରଫ କରାଯାଇଛି। ପୌର ପରିଷଦର ୩ ଅଧିକାରୀଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି। ଆକାଉଣ୍ଟାଣ୍ଟ ଅଚ୍ୟୁତାନନ୍ଦ ସ୍ୱାଇଁ, ସାନିଟେସନ ଏକ୍ସପର୍ଟ ବିଶ୍ୱରଞ୍ଜନ ସାହୁ, ପୂର୍ବତନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କୁ ଗିରଫ କରିଛି ଭିଜିଲାନ୍ସ। ମଶାଦେଲ ଯୋଗାଣକାରୀ ଫ୍ୟୁଜନ ଗ୍ରୁପର ମାଲିକ ଆଶୁତୋଷ ଅଗ୍ରୱାଲ ଗିରଫ ହୋଇଛନ୍ତି। ମଶାତେଲ ୭୭ ଟଙ୍କା ବଦଳରେ ଲିଟର ପିଛା ୭୪୦ଟଙ୍କା ଦେଇ କିଣିଥିଲେ। ୭,୫୦୦ ମଶାତେଲ କିଣିଥିଲା ଝାରସୁଗୁଡ଼ା ପୌର ପରିଷଦ। ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories