www.samajalive.in
Monday, December 8, 2025
16.1 C
Bhubaneswar

ସଉକ ପାଇଁ ତଣ୍ଡ: ୧ ଲକ୍ଷ ୨୩ ହଜାର ଦେଇ ଖାଇଲେ ବଟର ଚିକେନ

ମେଲବର୍ଣ୍ଣ: କିଛି ଲୋକ ନିଜ ପ୍ରିୟ ଜିନିଷ ପାଇଁ କିଛି ବି କରିପାରନ୍ତି ଏବଂ ଯେକୌଣସି ପଦକ୍ଷେପ ନେଇପାରନ୍ତି। ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି।ବିଶ୍ୱରେ ଏବେ କରୋନା ମହାମାରୀ ପାଇଁ ସବୁ କିଛି ଠପ୍‍ ହୋଇଯାଇଥିବା ବେଳେ ଅଷ୍ଟ୍ରେଲିଆ ମେଲବର୍ନର ଜଣେ ବ୍ୟକ୍ତି ନିଜର ପ୍ରିୟ ବଟର ଚିକେନ ଖାଇବା ପାଇଁ ଏମିତି କିଛି କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ୟ୍ୟ କରିଦେବ । ଏଠାକାର ଜଣେ ବ୍ୟକ୍ତି ବଟର ଚିକେନ ଖାଇବା ପାଇଁ ୩୨ କିଲୋମିଟର ଦୂରକୁ ପଳାଇଥିଲେ। କେବଳ ସେତିକି ନୁହେଁ ବଟର ଚିକେନ ପାଇଁ ତାଙ୍କୁ ଦେବାକୁ ପଡ଼ିଲା ୧ ଲକ୍ଷ ୨୩ ହଜାର ଟଙ୍କା।

ସୂଚନା ଅନୁସାରେ, ଏହି ବ୍ୟକ୍ତି ପରଫେକ୍ଟ ବଟର ଚିକେନ ଖାଇବା ପାଇଁ ମେଲବର୍ନର ସିବିଡ଼ିରୁ ୩୦ କିଲୋମିଟର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ବେର୍ବିଏରୁ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ସେହି ସ୍ଥାନରେ ଲକଡାଉନ ଜାରି କରାଯାଇଥିଲା । ତେଣୁ ନିୟମ ଉଲ୍ଲଂଘନ କରି ସେଠାକୁ ଯାଇଥିବାରୁ ତାଙ୍କୁ ଜୋରିମାନା ଦେବାକୁ ପଡ଼ିଥିଲା। ମିଳିଥିବା ଖବର ଅନୁସାରେ, ଉକ୍ତ ବ୍ୟକ୍ତି ୧୬୫୨ ଡଲାର ଅର୍ଥାତ୍‍ ପ୍ରାୟ ୧ ଲକ୍ଷ ୨୩ ହଜାର ଟଙ୍କା ଜୋରିମାନା ଦେଇଛନ୍ତି। ଏତେ ଟଙ୍କା ଦେଇ ବଟର ଚିକେନ ଖାଇବା ନିଶ୍ଚିତ ରୂପେ ଏକ ଆଶ୍ଚର୍ଯ୍ୟକର କଥା।

- Advertisement -

ପୁଲିସ କହିବା ଅନୁଯାୟୀ, ଚଳିତ ସପ୍ତାହରେ ୭୪ ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ଏହି ବ୍ୟକ୍ତିଙ୍କ ପରି ସେମାନେ ମଧ୍ୟ ଲକଡାଉନ ନିୟମ ଉଲ୍ଲଂଘନ କରିଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ସପ୍ତାହରେ ସେଠାରେ ପୁଣିଥରେ ନୂଆ ଲକଡାଉନ ଜାରି କରାଯାଇଛି । ଲୋକମାନେ କେବଳ ଅତ୍ୟନ୍ତ ଜରୁରୀ କାମରେ ବାହାରକୁ ବାହାରୁଛନ୍ତି । ଅନ୍ୟ କାରଣରେ ଘରୁ ବାହାରିବା ମାତ୍ରେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories