www.samajalive.in
Monday, December 15, 2025
24.1 C
Bhubaneswar

ରାସ୍ତା ପାର ହେବାବେଳେ ବାଘ ହାବୁଡ଼ରେ ପଡ଼ିଲେ ଯୁବକ

ପାତ୍ରପୁର: ବ୍ରହ୍ମପୁର ଫରେଷ୍ଟ ଡିଭିଜନ ସାମନ୍ତିଆ ପଲ୍ହି ରେଞ୍ଜ ସୁରଙ୍ଗି ଖରିଆଗୁଡ଼ା ରାସ୍ତାର ନୀଳାଦ୍ରିଚନ୍ଦ୍ରପୁର ପାଖ କେନ୍ଦୁ ଢେପରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଘ ଦେଖିବାକୁ ମିଳିଛି। ଦକ୍ଷିଣ ପଟ ପଙ୍କାଳ ଜଙ୍ଗଲ ପଟୁ ରାସ୍ତା ପାର କରୁଥିବା ବେଳେ ଜଣେ ବାଇକ ଆରୋହୀ ବାଘ ହାବୁଡ଼ରେ ପଡ଼ିଯାଇଥିଲେ। ରାସ୍ତାରେ ଯାଉଥିବା ନୀଳାଦ୍ରିଚନ୍ଦ୍ରପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ ବାଘ ସହିତ ସାମ୍ନାସାମ୍ନି ହୋଇଥିଲେ। ତେବେ ପ୍ରାଣ ବିକଳରେ ସେ ବାଇକକୁ ଦ୍ରୁତଗତିରେ ନେଇ ଆଗକୁ ଚାଲିଯାଇ ପାଟି କରିଥିଲେ। ଏହା ପରେ ଖାରିଆ ଗୁଡା ଫାଣ୍ଡି ଅଧିକାରୀଙ୍କୁ ଖବର ଦେବା ପରେ ସେ ଜଙ୍ଗଲ ବିଭାଗକୁ ଏସଂପର୍କରେ ଜଣାଇବା ପାଇଁ କହିଥିଲେ। ଏ ସମ୍ପର୍କରେ ସାମନ୍ତିଆପଲ୍ହି ଏସିଏଫ ମନୋଜ କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ଖବର ଶୁଣିବା ପରେ କର୍ମଚାରୀଙ୍କୁ ଅନୁସନ୍ଧାନ ନିମନ୍ତେ ପଠାଇ ଦିଆଯାଇଛି। ତେବେ ଅଞ୍ଚଳରେ ବାଘର ପାଦ ଚିହ୍ନ ସହିତ କୌଣସି ଜନ୍ତୁଙ୍କୁ ଆକ୍ରମଣ ନେଇ ସ୍ପଷ୍ଟ ଭାବେ ଜଣାପଡ଼ିବା ପରେ ପ୍ରକୃତରେ ବାଘ କିମ୍ବା ଅନ୍ୟ ଜନ୍ତୁ ତାହା ଜଣା ପଡ଼ିବ ବୋଲି ସେ କହିଛନ୍ତି। ଏହା ସହିତ କେହି ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories