www.samajalive.in
Monday, December 15, 2025
26.1 C
Bhubaneswar

କୁରୁପତି ଓ ଉମା କୋର୍ଟରେ ହାଜର

ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ୨ ଅଭିଯୁକ୍ତ ଶାର୍ପ ସୁଟର କୁରୁପତି ଭୂୟାଁ ଏବଂ ଉମା ବିଶୋୟୀକୁ କୋର୍ଟରେ ହାଜର କରିଛି ପୁଲିସ। ଉଭୟଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଛି। କୁରୁପତି ଏବଂ ଉମା ହିଁ ଘଟଣା ଦିନ ଅତି ନିକଟରୁ ପୀତବାସଙ୍କୁ ଗୁଳି କରିଥିଲେ। ପୁଲିସ ସେମାନଙ୍କୁ ସୋମବାର ଗିରଫ କରିବା ପରେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା କରିଥିଲା। ଏହା ପରେ ମଙ୍ଗଳବାର କୋର୍ଟରେ ହାଜର କରାଯାଇଛି। ପୁଲିସ ପକ୍ଷରୁ ଉଭୟଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ସୂଚନା ମିଳିଛି।

କୁରୁପତି ଏବଂ ଉମା ଘଟଣା ଘଟାଇବା ପରେ କୋରାପୁଟ ଜିଲାର ଜୟପୁର ପଳାଇଥିଲେ। ସେଠାରେ ଏକ ଫାର୍ମ ହାଉସ ମାଲିକ ସୁନିଲ ହୋତାଙ୍କ ନିକଟରେ ଆଶ୍ରୟ ନେଇଥିଲେ। ପରେ ସେଠାରୁ ଅନ୍ୟ କୁଆଡ଼େ ଫେରାର ହୋଇଯାଇଥିଲେ। ପୁଲିସ ସୁନୀଲଙ୍କୁ ପୂର୍ବରୁ ଗିରଫ କରିଛି।

- Advertisement -

ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ସୁନୀଲ ହୋତା ସମେତ ମୋଟ ୧୩ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଏହି ଗିରଫଦାରି ସଂଖ୍ୟା ୧୫ରେ ପହଞ୍ଚିଛି। ପୂର୍ବରୁ ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଏବଂ ବର୍ତ୍ତମାନର ୪୧ ନମ୍ବର ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ, ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ର ସାହୁ ଓ କାଳିଆ ଭୂୟାଁ, ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ୍ ପାସୱାନ ଓ କୁନ୍ଦନ ପାସୱାନ ପ୍ରମୁଖ ରହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories