www.samajalive.in
Monday, December 15, 2025
17.1 C
Bhubaneswar

ଦୋକାନରୁ ସିଝା ଅଣ୍ଡା ଆଣିଲେ ବ୍ୟକ୍ତି; କାଟିଲା ପରେ ଉଡ଼ିଗଲା ହୋସ୍‌ !

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ପ୍ରତ୍ୟେକ ଜିନିଷରେ ଅସଲି ନକଲି ଦେଖିବାକୁ ମିଳୁଛି। ବିଶେଷ କରି ଖାଦ୍ୟ, ପାନୀୟରେ। ସ୍ବାସ୍ଥ୍ୟ ଉପରେ ଏହା କୁପ୍ରଭାବ ପଡ଼ିଥାଏ। ନକଲି କାରଣରୁ ସ୍ବାସ୍ଥ୍ୟକର ଜିନିଷ ମଧ୍ୟ ବିଷ ପାଲଟିଯାଏ। ଅଣ୍ଡାକୁ ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। କିନ୍ତୁ ଆଜିକାଲି ଲୋକମାନେ ସାମାନ୍ୟ କିଛି ଟଙ୍କା ପାଇଁ ନକଲି ଅଣ୍ଡା ବ୍ୟବସାୟ କରୁଛନ୍ତି।

 

View this post on Instagram

 

A post shared by Meraj Ansari (@merajansari5938)


ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଣ୍ଡା ଉପରୁ ସିଝା ହୋଇଥିବା ଦେଖାଯାଉଛି। କିନ୍ତୁ କାଟିବା ପରେ ଏହା କିଛି ଅଲଗା ଦେଖାଯାଉଛି। ବ୍ୟକ୍ତି ଜଣକ ଦୋକାନରୁ ଏକ ସିଝା ଅଣ୍ଡା ଆଣିଥିଲେ। କିନ୍ତୁ ଏହାକୁ ଛଡ଼ାଇ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଣ୍ଡା ଭିତରେ କେଶର ନଥିଲା। ଅଣ୍ଡାଟି ସଂପୂର୍ଣ୍ଣ ନକଲି ଦେଖାଯାଉଥିଲା। ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ merajansari5938 ନାମକ ୟୁଜର ଶେୟାର କରିଛନ୍ତି। ଭିଡିଓକୁ ଏପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ସେହିପରି ଅନେକ ଲୋକ ଏଥିରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories