www.samajalive.in
Saturday, December 6, 2025
16.1 C
Bhubaneswar

ଏପ୍ରିଲରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌‌ ; ଦେଖନ୍ତୁ ତାଲିକା..

ନୂଆଦିଲ୍ଲୀ : ନୂତନ ଆର୍ଥିକ ବର୍ଷ ୧ ଏପ୍ରିଲ ୨୦୨୪ରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏପ୍ରିଲ ମାସର ବ୍ୟାଙ୍କରେ ହେବାକୁ ଥିବା ଛୁଟି ଗୁଡିକର ତାଲିକା ଜାରି କରିଛନ୍ତି। ଆରବିଆଇର ଅଫିସିଆଲ ୱେବସାଇଟ୍‌‌ରେ ଦିଆଯାଇଥିବା ସୂଚନାନୁଯାୟୀ, ଏପ୍ରିଲ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ଭିନ୍ନ ଭିନ୍ନ ରାଜ୍ୟରେ ହେବାକୁ ଥିବା ପର୍ବପର୍ବାଣିର ଛୁଟି ବ୍ୟତୀତ ଶନିବାର ଓ ରବିବାରରେ ହେବାକୁ ଥିବା ସପ୍ତାହିକ ବ୍ୟାଙ୍କ ଛୁଟି ଗୁଡିକ ମଧ୍ୟ ସାମିଲ ରହିଛି। ତେବେ ବ୍ୟାଙ୍କ ସହ ଜଡିତ ଯାହା ମଧ୍ୟ ଜରୁରୀ କାର୍ଯ୍ୟ ରହିଛି, ଏହାକୁ ଶେଷ କରିବାକୁ ଛୁଟି ତାଲିକା ବିଷୟରେ ପ୍ରଥମେ ଜାଣିବାର ଆବଶ୍ୟକତା ରହିଛି। ଜାଣନ୍ତୁ..
୭ ଏପ୍ରିଲ ୨୦୨୪ – ରବିବାର
୧୩ ଏପ୍ରିଲ ୨୦୨୪- ମାସର ୨ୟ ଶନିବାର
୧୪ ଏପ୍ରିଲ ୨୦୨୪- ରବିବାର
୨୧ ଏପ୍ରିଲ ୨୦୨୪ – ରବିବାର
୨୭ ଏପ୍ରିଲ ୨୦୨୪- ମାସର ୪ର୍ଥ ଶନିବାର
୨୮ ଏପ୍ରିଲ ୨୦୨୪- ରବିବାର
୧ ଏପ୍ରିଲ ୨୦୨୪: ବାର୍ଷିକ ଆକାଉଣ୍ଟ ବନ୍ଦ ହେତୁ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ
୫ ଏପ୍ରିଲ ୨୦୨୪: ତେଲେଙ୍ଗାନା, ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ
୯ ଏପ୍ରିଲ ୨୦୨୪: ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଇମ୍ଫାଲ, ଜାମ୍ମୁ, ମୁମ୍ବାଇ, ନାଗପୁର, ହାଇଦ୍ରାବାଦ, ପାନଜୀ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ
୧୦ ଏପ୍ରିଲ ୨୦୨୪: କୋଚି ଏବଂ କେରଳରେ ବ୍ୟାଙ୍କ ବନ୍ଦ ରହିବ
୧୧ ଏପ୍ରିଲ ୨୦୨୪: ଚଣ୍ଡିଗଡ଼, ଗ୍ୟାଙ୍ଗଟୋକ, କୋଚି ବ୍ୟତୀତ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ
୧୫ ଏପ୍ରିଲ ୨୦୨୪:ଗୌହାଟି ଏବଂ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ
୧୭ ଏପ୍ରିଲ ୨୦୨୪: ରାମ ନବମୀ ଅବସରରେ ଚଣ୍ଡିଗଡ଼, ଡେରାଡୁନ୍‌‌,ଗ୍ୟାଙ୍ଗଟୋକ, ହାଇଦ୍ରାବାଦ, ଅହମ୍ମଦାବାଦ, ବେଲାପୁର, ଭୋପାଳ, ଭୁବନେଶ୍ୱର, ପାଟନା, ରାଞ୍ଚି, ଶିମଲା, ମୁମ୍ବାଇ, ଜୟପୁର, କାନପୁର, ଲଖନଉ ଏବଂ ନାଗପୁରରେ ବ୍ୟାଙ୍କ ବନ୍ଦ ରହିବ
୨୦ ଏପ୍ରିଲ ୨୦୨୪: ଅଗରତାଲାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories