www.samajalive.in
Saturday, December 6, 2025
23.1 C
Bhubaneswar

୨.୩୬ ଲକ୍ଷରେ ବିକ୍ରି ହେଲା ୯ଟି ଲେମ୍ବୁ.. କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଚେନ୍ନାଇ : ତାମିଲନାଡୁର ବିଲ୍ଲୁପୁରମ ମନ୍ଦିରରେ ଭଗବାନଙ୍କ ନିକଟରେ ହେଉଥିବା ଭୋଗରେ ଲେମ୍ବୁ ଅର୍ପଣ କରାଯାଏ। ଏହାପରେ ଏହି ଲେମ୍ବୁକୁ ନିଲାମ କରାଯାଏ। ଗତ ମଙ୍ଗଳବାର ଦିନ ମଧ୍ୟ ଏହାର ନିଲାମ କରାଯାଇଛି। ୯ଟି ଲେମ୍ବୁକୁ ୨.୩୬ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ମାନ୍ୟତା ଅନୁଯାୟୀ, ଯେକୌଣସି ଦମ୍ପତି ସନ୍ତାନ ପ୍ରାପ୍ତିରୁ ବଞ୍ଚିତ, ସେମାନେ ଏହି ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ। ଏହାସହ ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ଏଠାକାର ଗ୍ରାମବାସୀଙ୍କ କହିବାନୁଯାୟୀ, ମନ୍ଦିର ନିଜର ପବିତ୍ର ଲେମ୍ବୁ ପାଇଁ ବେଶ ପ୍ରସିଦ୍ଧ। ଲୋକଙ୍କର ଦୃଢ ବିଶ୍ୱାସ ରହିଛି, ଏହି ଲେମ୍ବୁର ଆଶ୍ଚର୍ଯ୍ୟଜନକ ଶକ୍ତି ରହିଛି।
ବାର୍ଷିକ ଫଙ୍ଗୁଣୀ ଉଥିରମ ଉତ୍ସବ ସମୟରେ ବିଲ୍ଲୁପୁରମର ଥିରୁବନୈନଲ୍ଲୁର ଗାଁରେ ୨ ପାହାଡ ସଙ୍ଗମରେ ସ୍ଥିତ ଏକ ଛୋଟ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ଭଗବାନଙ୍କ ଦର୍ଶନ ପାଇଁ ଆସିବା ସହ ଲେମ୍ବୁ ଗୁଡିକର ନିଲାମୀରେ ଅଂଶଗ୍ରହଣ କରି ଥାଆନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ଲେମ୍ବୁ ପାଣି ସେବନ କରିବା ଦ୍ୱାରା ବନ୍ଧ୍ୟାତ୍ୱ ଦୋଷ ଦୂର ହୋଇଥାଏ। ବ୍ୟବସାୟୀ ବ୍ୟବସାୟରେ ଅଧିକ ଲାଭ ପାଇ ଥାଆନ୍ତି। ପ୍ରତିଦିନ ମନ୍ଦିର ପୂଜାରୀ ଗୋଟିଏ ଲେମ୍ବୁ କାଟି ଥାଆନ୍ତି। ଉତ୍ସବର ଶେଷ ଦିନରେ ଲେମ୍ବୁର ନିଲାମୀ କରାଯାଏ। ପର୍ବର ପ୍ରଥମ ଦିନରେ ଅର୍ପଣ କରାଯାଇଥିବା ଲେମ୍ବୁ ସବୁଠାରୁ ଶକ୍ତିଶାଳୀ ଓ ଶୁଭ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories