ମମିତା ମେହେର ହତ୍ୟା ଘଟଣା : ପୁଣି ସାକ୍ଷ୍ୟ ଗ୍ରହଣ ଆରମ୍ଭ

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ସାକ୍ଷ୍ୟ ଗ୍ରହଣ ଗୁରୁବାର  ଓ ଆସନ୍ତା କାଲି କରାଯିବା ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଥିଲା। ଆଜି  ମମିତା ମେହେରଙ୍କ ବଡ ବାପା କୌଶିକ ମେହେର ଙ୍କ ସହ ଅନ୍ୟ ସାକ୍ଷୀ କୋର୍ଟରେ ହାଜର ହୋଇଥିଲେ। କିନ୍ତୁ କୌଶିକ ମେହେର ସାକ୍ଷୀ ଦେବା ପରେ, ଅନ୍ୟ ମାନଙ୍କ ସାକ୍ଷୀ ପ୍ରକ୍ରିୟା ଆସନ୍ତା କାଲି ଆରମ୍ଭ ହେବ । ଏହି ହତ୍ୟା କାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇ ଥିଲା । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଓକିଲ ଅମରେନ୍ଦ୍ର ମିଶ୍ର ଏବଂ ଅଭିଯୁକ୍ତ ମୁଦାଲାଙ୍କ ତରଫରୁ ବରିଷ୍ଠ ଓକିଲ ଦୁର୍ଗା ପାଢ଼ୀ ସାକ୍ଷୀଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିବା ସୂଚନାରୁ ଜଣାପଡିଛି। ଆସନ୍ତା କାଲି, ମମିତା ମେହେରଙ୍କ ବାପା ଏବଂ ମାଆ କୋର୍ଟରେ ହଜାର ହୋଇ ସାକ୍ଷ୍ୟ ପ୍ରଦାନ କରିବେ ବୋଲି ସରକାରୀ ଓକିଲଙ୍କ ସୂତ୍ର ରୁ ଜଣାପଡ଼ିଛି।

kalyan agarbati

Comments are closed.