www.samajalive.in
Wednesday, December 10, 2025
16.1 C
Bhubaneswar

ବିଳମ୍ବରେ ଆସିଲେ, ଜଲଦି ଗଲେ ଦିଦି

କଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପଶ୍ଚିମବଙ୍ଗର ‘ୟସ୍‌’ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ପରେ କଲାଇକୁଣ୍ଡାଠାରେ ସେ ପ୍ରଶାସନିକ ବୈଠକରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସବୁଠୁ ମହତ୍ତ୍ବପୂର୍ଣ୍ଣ ହେଉଛି, ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ସେ ଅଧଘଣ୍ଟା ବିଳମ୍ବରେ ବୈଠକକୁ ଆସି ମାତ୍ର ୧୫ମିନିଟ୍‌ରେ ଫେରିଯାଇଥିଲେ।


ଏହି ସ୍ବଳ୍ପ ସାକ୍ଷାତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ବିପର୍ଯ୍ୟୟ ସମ୍ପର୍କିତ ତଥ୍ୟ ଆଧାରିତ ଚିଠା ଓ କ୍ଷତିପୂରଣ ସମ୍ପର୍କିତ ଦାବି ଉପସ୍ଥାପନ କରିଥିଲେ। ଅନ୍ୟତ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଥିବା କହି ସେଠାରୁ ଚାଲିଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା କୌଣସି ସରକାରୀ ପ୍ରତିନିଧି ମଧ୍ୟ ଉପସ୍ଥିତ ନ ଥିଲେ। ସରକାରୀ ପକ୍ଷ ଚୌକି ଫାଙ୍କା ଥିଲା ା ବିଧାନସଭାର ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟମାନେ ରହିଥିଲେ। ମମତା ବାତ୍ୟା କ୍ଷତିପୂରଣ ବାବଦରେ ୨୦ହଜାର କୋଟି ଟଙ୍କା ଦାବି କରିଥିଲେ। ଏଥିରେ ଦିଘାରେ ଘଟିଥିବା କ୍ଷତି ଭରଣା ପାଇଁ ୧୦ହଜାର କୋଟି ଓ ସୁନ୍ଦରବନ ଉନ୍ନୟନ ନିମନ୍ତେ ୧୦ହଜାର କୋଟି ଟଙ୍କା ପ୍ରଦାନ ପାଇଁ ଦାବି ରହିଥିଲା। ଅପରପକ୍ଷରେ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ୫୦୦କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories