www.samajalive.in
Wednesday, December 10, 2025
16.1 C
Bhubaneswar

ବାତ୍ୟା ଦୁର୍ଗତଙ୍କ ପାଖରେ ପହଞ୍ଚିଲା ‘ସମାଜ’ ରିଲିଫ

ବାଲେଶ୍ୱର: ବାତ୍ୟା ଗଲା ପରେ ବାଲେଶ୍ବର ଜିଲାରେ ଛାଡ଼ି ଯାଇଛି ତାର ତାଣ୍ଡବର ଛବି। ଉପକୂଳର ୮୪ଟି ଗାଁ ଏହି ବାତ୍ୟାରେ ପ୍ରଭାବିତ ହୋଇଥିବା ବେଳେ ବହୁ ଚାଷ ଜମିରେ ଲୁଣା ମାଡ଼ି ଯାଇଛି। ଲୁଣା ପାଣି ଘେରରେ ଏଯାଏ ବି ଅନେକ ଲୋକ ରହିଛନ୍ତି। କରୋନା ମହାମାରୀ ସାଙ୍ଗକୁ ବାତ୍ୟା ଭଳି ଦୁର୍ବିପାକର ଦୋହରା ଚାପ ଜିଲାର ସହସ୍ରାଧିକ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହି ଦୁର୍ଗତି ସମୟରେ ‘ସମାଜ’ ରିଲିଫ କମିଟି ପକ୍ଷରୁ ଉପକୂଳ ଅଞ୍ଚଳରେ ରିଲିଫ ପ୍ରଦାନ କରାଯାଇଛି। ଶୁକ୍ରବାର ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ନେତୃତ୍ବରେ ବାହାନଗାର ୧୦ଟି ପଞ୍ଚାୟତରେ ୧୫ ଶହରୁ ଅଧିକ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ତାଳପଦା ପଞ୍ଚାୟତ କଳମଗଡ଼ିଆ, ରେମୁଣା ବିଚ୍ଛିନ୍ନାଞ୍ଚଳ, ଆରୁହାବାଡ଼ ପଞ୍ଚାୟତର ଦାମୋଦର ଛକ, ବଙ୍ଗାଳି ସାହି ସ୍କୁଲ, ବାରୁଣୀ ଛକ, ଖରାସାହାପୁର ପଞ୍ଚାୟତ, ବରିପଦା ପଞ୍ଚାୟତ, ରୂପଖଣ୍ଡ ପଞ୍ଚାୟତ, ଉପର ଆଡିଆ, ମାଟିଆ ମଙ୍ଗଳା, ବରଜଦେଉଳି, ବରିପଦା, ରାମତାଳି, ବଉମସା ଆଡିଆ, ମୁସଲିମ ବସ୍ତି ଆଦି ସ୍ଥାନରେ ରିଲିଫ ପ୍ରଦାନ କରାଯାଇଥିଲା। ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚମାନେ ସହଯୋଗ କରିଥିଲେ। ରିଲିଫରେ ଚୁଡା, ଚିନି, ବିସ୍କୁଟ, କ୍ଷୀରଗୁଣ୍ଡ, ମହମବତି, ଦିଆସିଲି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦିଆଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories