ସୂପର୍ଣଖା ସହ ମମତାଙ୍କୁ ତୁଳନା କଲେ ବିଜେପି ବିଧାୟକ

0

ଲକ୍ଷ୍ନୌ : ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବା ପୂର୍ବକ ସଞ୍ଜମତା ରକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ସାଂସଦ ଓ ବିଧାୟକଙ୍କୁ ପରାମର୍ଶ ଦେଇଥିବାବେଳେ ଏହାକୁ ପାଳନ କରିବାରେ ବିଫଳ ହୋଇଛନ୍ତି ବିଜେପି ନେତା। ବୁଧବାର ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୂପର୍ଣଖା ବୋଲି କହି ସମାଲୋଚନା କରିଛନ୍ତି। ରାକ୍ଷସ ରାଜା ରାବଣର ଭଉଣୀ ସୂପର୍ଣଖା ସହିତ ମମତାଙ୍କୁ ତୁଳନା କରିଛନ୍ତି ଉତ୍ତରପ୍ରଦେଶ ବଇରିଆ ବିଧାୟକ ସୁରେନ୍ଦ୍ର ସିଂହ। ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସୁରେନ୍ଦ୍ର ଏପରି ମନ୍ତବ୍ୟ ଦେଇଛନ୍ତି। ଏହା ପୂର୍ବରୁ ଉନ୍ନାଓ ବଳାତ୍କାର ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ସମର୍ଥନ କରି ବିବାଦ ଘେରକୁ ଆସିଥିଲେ।

Leave A Reply