ମାଲକାନଗିରିରେ କାଳ ବୈଶାଖୀର ତାଣ୍ଡବ

ମାଲକାନଗିରିରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜିଲ୍ଲାର ମାଥିଲି ବ୍ଲକ ପୂଜାରୀଗୁଡାରେ ଘର ଭାଙ୍ଗି ଜଣେ ଗୁରୁତର ଆହତ ହେବାରୁ  ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି । ପୂଜାରୀ ଗୁଡା ସମେତ ଟିଲିଗୁଡା, ଚାଲାଣଗୁଡା,ପେଦାଗୁଡା ଆଦି ଗାଁରେ ପବନ ଓ ବର୍ଷା ଯାଗୁଁ ବିଭିନ୍ନ ଘର ଭାଙ୍ଗିଯାଇଛି।ଖଇରପୁଟ ବ୍ଲକରେ ମଧ୍ୟ ଅନେକ ଘର ଭାଙ୍ଗି ଯାଇଛି। ସୁଗ୍ରୀଗୁଡା ସ୍କୁଲର ଟିଣ ଛପର ମଧ୍ୟ ଉଡିଯାଇଛି।
ଗୁରୁବାର ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ବର୍ଷା ଆରମ୍ଭ ହୋଇଥିଲା । ପବନର ବେଗ ଅଧିକ ହେବା ସହ ଅନେକ ସ୍ଥାନରେ ବଡ ବଡ଼ ଗଛ ଉପୁଡି ପଡିଥିଲା। ବିଦ୍ୟୁତ ତାର ଛିଣ୍ଡିଯାଇଥିବାରୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ଘରମାନଙ୍କର ଛପର ଉଡିଯାଇଛି। ଏଥିସହ ମାଲକାନଗିରି ଜୟପୁର ରାଜପଥର ବିଭିନ୍ନ ସ୍ଥାନରେ ଗଛ ରାସ୍ତା ଉପରେ ଗଛ ପଡିଯିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସମସ୍ତ ଯାନବାହନ ସହ ଦୂରଗାମୀ ବସ ଅଟକି ରହିଛି। ଅଗ୍ନିଶମ ବାହିନୀ ତରଫରୁ ଯାତାୟତ ସ୍ବାଭାବିକ କରିବା ପାଇଁ ଚେଷ୍ଟା ଚାଲିଥିବା ଜଣାଯାଇଛି ।

Comments are closed.