ଡେସ୍କ: ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୪୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ହାରାହାରି ୪୯. ୭୯ ମିଲିମିଟର ବର୍ଷା ହୋଇଛି। କୋରୁକୋଣ୍ଡା ବ୍ଲକରେ ସର୍ବାଧିକ ୮୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଥିଲି ବ୍ଲକରେ ୪୪ ମିଲିମିଟର, ଖଇରପୁଟ ବ୍ଲକରେ ୫୮ ମିଲିମିଟର, କାଲିମେଳା ବ୍ଲକରେ ୨୯ ମିଲିମିଟର, ମାଲକାନଗିରି ବ୍ଲକରେ ୭୨.୪ ମିଲିମିଟର, ପଡ଼ିଆ ବ୍ଲକରେ ୩ ୪.୧ ମିଲିମିଟର ଓ ଚିତ୍ରକୋଣ୍ଡା ବ୍ଲକରେ ୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସିଲେରୁ, ସପ୍ତଧାରା, ସାବେରୀ, ପୋଟେରୁ ନଦୀ ଏବଂ ସତିଗୁଡା ଓ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇଛି। ସୀମାନ୍ତ ମୋଟୁଠାରେ ପଡୋଶୀ ରାଜ୍ୟକୁ ସଂଯୋଗ କରିଥିବା ରାଜ୍ୟ ରାଜପଥ ବନ୍ୟା ଜଳରେ ବୁଡିଯିବା ସହ ବିଜୟୱାଡା-ରାଂଚି ରାସ୍ତା ଉପରେ ବନ୍ୟା ଜଳ ପ୍ରଵହିତ ହେଉଛି। ଫଳରେ ଶତାଧିକ ଯାନବାହାନ ରାସ୍ତାରେ ଅଟକି ରହିଛି। ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ମୋଟୁ ଠାରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।



