www.samajalive.in
Sunday, December 14, 2025
19.1 C
Bhubaneswar

କନ୍ଧମାଳ ଜିଲା ନବମ ଶ୍ରେଣୀ ଛାତ୍ରୀ ମୃତ୍ୟ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କଲା ଏବିଭିପି

ଫୁଲବାଣୀ:କନ୍ଧମାଳ ଜିଲା ଫୁଲବାଣୀ ଆଇଟିଆଇ ପଛ ପଟରେ ଘଟିଥିବା ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାକୁ ଦୀର୍ଘ ଏକ ମାସ ବିତି ଯାଇଥିଲେ ସୁଦ୍ଧା ଜିଲା ପୁଲିସ ପ୍ରସାଶନ ଏହାର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବୀତ କରୁନାହିଁ। ନବମ ଶ୍ରେଣୀ ଛାତ୍ରୀ କବିତା କହଁର ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ଏହାକୁ କ୍ରାଇମ ବ୍ରାଞ୍ଚ ଦ୍ୱାରା ତଦନ୍ତ କରାଇବା ପାଇଁ ଏବିଭିପି ଦାବି କରିଛି l ଏହାସହିତ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବା ସହିତ ଗିରଫ ପାଇଁ ଦାବି କରିଛି l ଆଗାମୀ ୭ଦିନ ଭିତରେ ଯଦି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ନନିଆଯାଏ ତେବେ ଏବିଭିପି ତରଫରୁ ଏସପି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଜିଲା ପ୍ରମୁଖ ଶିବାଶିଷ ପଣ୍ଡା, ଜିଲା ସଂଯୋଜକ ରୁଦ୍ରପ୍ରସାଦ ସେଠୀ, ବିଭାଗ ଏସଏଫଏସ ପ୍ରମୁଖ ଦିବ୍ୟାରଞ୍ଜନ ଡାକୁଆ, ଜିଲା ଜନଜାତି ଛାତ୍ରୀ ପ୍ରମୁଖ ଜ୍ୟୋତି ରାଣୀ କହଁର, ଫୁଲବାଣୀ ନଗର ସମ୍ପାଦକ ଅମିତ ବେହେରା ଯୋଗ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories