www.samajalive.in
Wednesday, December 10, 2025
23.1 C
Bhubaneswar

ଖଣିଜ ଟେଣ୍ଡର ହେରଫେର ମାମଲା, ୪୮ଟି ଖଣି ଲିଜ୍‍ ଟେଣ୍ଡର ବାତିଲ

ମାଲକାନଗିରି: ବହୁ ଚର୍ଚ୍ଚିତ ମାଲକାନଗିରି ଜିଲ୍ଲାର ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା ତଦନ୍ତ ପରେ ୪୮ଟି ଲଘୁ ଖଣିଜ ଟେଣ୍ଡରକୁ ରଦ୍ଦ କଲା ଜିଲ୍ଲା ପ୍ରଶାସନା ସୁଚନା ମୁତାବକ ଗତ ମାର୍ଚ ମାସରେ ଏହି ୪୮ଟି ଖଣି ଲିଜ୍‍ ନିମନ୍ତେ ଟେଣ୍ଡର ପ୍ରକ୍ରିୟା କରା ଯାଇଥିବା ବେଳେ ମାର୍ଚ ୨୦ ତାରିଖ ଶେଷ ତାରିଖ ଥିଲ।। ତିନିଦିନ ପର୍ଯ୍ୟନ୍ତ ତତ୍କାଳିନ ଜିଲ୍ଲାପାଳ ଡଃ ୟେଦୁଲା ବିଜୟ ଏହି ଟେଣ୍ଡର ବାକ୍ସକୁ ନିଜ ଘରେ ରଖି ୨୩ ତାରିଖ ଦିନ ଜିଲ୍ଲା କୋଷାଗାର କାର୍ଯ୍ୟାଳୟରେ ହସ୍ତାନ୍ତର କରିଥିଲୋ ଏହି ତିନିଦିନ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ବିଜୟ ଟେଣ୍ଡର ହେରଫେର କରିଥିବା ଖଣି ମାଲିକମାନେ ଅଭିଯୋଗ କରି ଆସୁଥିଲୋ ଏହାକୁ ଆଧାର କରି ଜୁନ୍‍ ମାସ ୨୨ ତାରିଖ ଦିନ କଂଗ୍ରେସ ପୂର୍ବତନ ସାଂସଦ ତଥା ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମାଲକାନଗିରି ଆସି ଏହି ଦୁର୍ନୀତିକୁ ଭିତ୍ତି କରି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ବିରୁଦ୍ଧରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲୋ

ଏହି ଖଣି ଦୁର୍ନୀତି କରିବା ନିମନ୍ତେ ସେ ଏକ ଏମ୍‍.ଜି. ହେକ୍ଟର ଗାଡି ନେଇଥିବା ମଧ୍ୟ ଅଭିଯୋଗ କରିଥିଲେ। ଏହା ବାବଦ ଭିଜି ଗ୍ରାନାଇଟର ମାଲିକ ସିହେଚ୍‍ ବେଣୁ ଗୋପାଳଙ୍କୁ ଅନିୟମିତ ଭାବେ ୮ଟି ଖଣି ଲିଜ୍‍ ଦେଇଥିବା ଅଭିଯୋଗ କରିଥିଲେ ଏବଂ ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲୋ ଏହି ଘଟଣାର ଠିକ୍‍ ଚାରିଦିନ ପରେ ଜୁନ୍‍ ୨୬ ତାରିଖ ଦିନ ଜିଲ୍ଲାପାଳ ଶ୍ରୀ ବିଜୟଙ୍କ ବଦଳି ହୋଇ ଯାଇଥିଲ।। ପରବର୍ତୀ ସମୟରେ ନୂତନ ଭାବେ ଜିଲ୍ଲାପାଳ ବିଶାଲ ସିଂ ମାଲକାନଗିରି ଆସି ଦାୟିତ୍ୱ ଗ୍ରହଣ କରିଥିଲୋ ଶ୍ରୀ ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ଏହାର ତଦନ୍ତ ଆରମ୍ଭ କରିବା ସହ କଂଗ୍ରେସ ନେତା ଶ୍ରୀ ମାଝୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆସୁଥିଲୋ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ପରେ ଚାବା ବେଣୁ ଗୋପାଳଙ୍କ ସଲବେନ୍ସି ସାର୍ଟିଫିକେଟକୁ ରଦ୍ଦ କରିବା ପରେ ଗତକାଲି ଅଗଷ୍ଟ ୨୩ ତାରିଖ ଦିନ ଜିଲ୍ଲାପାଳ ଶ୍ରୀ ସିଂ ଟେଣ୍ଡର ପ୍ରକ୍ରିୟା ହୋଇଥିବା ଏହି ୪୮ଟି ଖଣି ଲିଜ୍‍ ଟେଣ୍ଡରକୁ ବାତିଲ କରିଛନ୍ତିା ଆଗାମୀ ଦିନରେ ପୁନର୍ୱାର ଲଘୁ ପଥର ଖଣି ଟେଣ୍ଡର କରା ଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତିା ଏହି ଟେଣ୍ଡର ହେରଫେର ମାମଲାରେ ସମ୍ପୃକ୍ତ ରହିଥିବା ଖଣି ମାଫିଆ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ କଂଗ୍ରେସ ନେତା ଶ୍ରୀ ମାଝୀ ଦାବି କରିଛନ୍ତିା

Hot this week

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

Related Articles

Popular Categories