www.samajalive.in
Wednesday, December 10, 2025
23.1 C
Bhubaneswar

ବୌଦ୍ଧଜିଲ୍ଲା ନେହେରୁ ଯୁବକେନ୍ଦ୍ରର ବାର୍ଷିକ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ

ବୌଦ୍ଧ: ଭାରତ ସରକାରଙ୍କ ଯୁବ ଓ କ୍ରୀଡାବିଭାଗ ପକ୍ଷରୁ ବୌଦ୍ଧଜିଲ୍ଲାରେ ନେହେରୁ ଯୁବ କେନ୍ଦ୍ରର ଆସନ୍ତା ୨୦୨୧ – ୨୨ ବର୍ଷପାଇଁ କାର୍ଯ୍ୟକ୍ରମର ଖସଡା ଆଲୋଚନା ମାଧ୍ୟମରେ ପ୍ରସ୍ତୁତ ହୋଇଅଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସହକାରୀ ଜିଲ୍ଲାପାଳ ଅଭିନାଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଅଧିକାରୀ ଭୋକେନ ସିଂ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାର ମୁଖ୍ୟ ସହର ସମେତ ତିନିଗୋଟି ବ୍ଲକର ସମସ୍ତ ୟୁଥ୍‍ କ୍ଲବମାନଙ୍କୁ ନେଇ ସଚେତନତା ସଭା ଓ କ୍ରୀଡା ଆୟୋଜନ କରାଯାଇ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯିବ। ଭାରତ ସ୍ୱାଧିନ ହେବାର ୭୫ ବର୍ଷ ଉପଲକ୍ଷେ ସମଗ୍ର ଭାରତ ବର୍ଷରେ ଆଜାଦି କା ଅମୃତ ମହୋତ୍ସବ ଗତ ଅଗଷ୍ଟ ୧୩ ତାରିଖରେ ଉଦ୍‍ଘାଟନ ହୋଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ଆସନ୍ତା ୨୮ ତାରିଖରେ ଖେଳପଡିଆ ଠାରେ ସକାଳ ୯ଘ. ସମୟରେ ଶୁଭାରମ୍ଭ ହେବ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକର ୭୫ଗୋଟି ଗ୍ରାମରେ ୮ଜଣ ନେହେରୁ ଯୁବ ସ୍ୱେଚ୍ଛାସେବୀଙ୍କ ନେତୃତ୍ୱରେ ଏହି ଉତ୍ସବକୁ ପାଳନ କରା୍‍ଯିବ। ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଖେଳସାମଗ୍ରୀ ଯୋଗାଇଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନେହେରୁ ଯୁବକେନ୍ଦ୍ର କାର୍ଯ୍ୟାଳୟ ପାଇଁ କୋଠା ଯୋଗାଇଦେବା ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକରେ ଏହି ବୈଠକରେ ନେହେରୁ ଯୁବକେନ୍ଦ୍ରର ଡି.ଜି. ମନୋନୀତ ସଦସ୍ୟ ଦେବାଶିଷ ପୁରୋହିତ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଡି.ଏସ୍‍.ଡବ୍ଲୁ.ଓ. ଲକ୍ଷ୍ମୀପତି ଭୋଇ, ଆଇ.ଟି.ଆଇ.ର ସୁବୋଧ କୁମାର ପାଣିଗ୍ରାହୀ, ସୁଚନା ଓ ଲୋକସଂପର୍କ ଅଧରକାରୀ ରୀତାକାନ୍ତି ବଳିୟାର ସିଂ, ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ୍‍, ୟୁଥ୍‍ ରେଡକ୍ରସ ଅଧିକାରୀ ପ୍ରବିର କୁମାର ଦାସ, ଅଧ୍ୟାପକ ପ୍ରତାପ କୁମାର ରଥ, ସୁମନ ଷଡଙ୍ଗୀ, ବୃନ୍ଦାବ ପାତ୍ର, ଉତମ ମହାକୁଡ, ସୁପ୍ରୀୟା ଦେହୁରୀ. ଶ୍ରୀତମ କଲତା ପ୍ରମୁଖ ଯୋଗଦାନ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories