www.samajalive.in
Saturday, December 6, 2025
23.1 C
Bhubaneswar

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ମାଲକାନଗିରି : ମାଲକାନଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଆହତ ହୋଇଛନ୍ତି। ପଦ୍ମଗିରି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବିକ୍ରମ ସର୍ଦାର ଓ ତାଙ୍କ ଭାଇ ନିଜ ଗାଁ ଏମଭି ୧୦୧ରୁ ଏକ ବାଇକ ଯୋଗେ ପାଣ୍ଡ୍ରିପାଣି ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ହେଲେ ଚନ୍ଦନଗୁଡା ନିକଟରେ ଏକ ପିକଅପ୍ ଭ୍ୟାନ ବିପରୀତ ଦିଗରୁ ଆସୁଥିବା ବେଳେ ବାଇକ୍ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବିକ୍ରମ ପ୍ରାଣ ହରାଇଥିବା ବେଳେ ତାଙ୍କ ସାନ ଭାଇକୁ ଆହତ ଅବସ୍ଥାରେ ପାଣ୍ଡ୍ରିପାଣି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରୀକ୍ଷା କେନ୍ଦ୍ରକୁ ଯିବା ଲାଗି ବିଦ୍ୟାଳୟ ତରଫରୁ ବସ ବ୍ୟବସ୍ଥା ରହିଥିବା ବେଳେ ଏହି ଛାତ୍ର ଦୁଇ ଜଣ ପ୍ରତିଦିନ ବାଇକରେ ପରୀକ୍ଷା ଦେବାକୁ ଯାଉଥିଲେ।

ୟୁପିଆଇରେ ବଡ ପରିବର୍ତ୍ତନ; ଏପ୍ରିଲ୍‌ ୧ରୁ ନୂଆ ନିୟମ ଲାଗୁ

ଦେଖନ୍ତୁ ଛାତିଥରା ଭିଡିଓ ; ହଠାତ୍‌ ଜୋତା ଭିତରେ ପଶିଗଲା ବିରାଟକାୟ ନାଗ, ଆଉ ତା’ପରେ..

- Advertisement -

ହୋଲିରେ ଚନ୍ଦ୍ରଗ୍ରହଣ : ଜାଣନ୍ତୁ ଭାରତରେ ପଡିବ କି ନାହିଁ ପ୍ରଭାବ, ଏହି ରାଶି ହେବେ ମାଲାମାଲ୍‌, ଖୋଲିବ ବନ୍ଦ ଭାଗ୍ୟର ତାଲା..

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories