www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ରକ ଚାପାରେ ମାଆ ମୃତ, ପୁଅ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ଡିଏନକେ ଟ୍ରାଫିକ ଛକରେ ଟ୍ରକ ଚାପାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରବିବାର ସକାଳେ ସ୍ଥାନୀୟ ଟିନା ଗ୍ୟାରେଜ ଛକ ନିକଟରେ ବସବାସ କରୁଥିବା ପାର୍ବତୀ ପାଣିଗ୍ରାହୀ ନାମକ ମହିଳା ସଫେଇ କାମ କରିବାକୁ ନିଜ ପୁଅ ସହ ବ୍ଲକ କଲୋନୀକୁ ଯାଉଥିଲେ। ପୁଅ ସାଗର ସାଇକେଲରେ ବସାଇ ମାଆଙ୍କୁ ନେଉଥିଲେ। ଡିଏନକେ ଟ୍ରାଫିକ ଛକ ନିକଟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକର ଆଗ ଚକ ତଳେ ପଡ଼ି ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପୁଅ ସାଗରଙ୍କ ଗୋଡ଼ ଭାଙ୍ଗିବା ସହ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ସଗାରଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମୃତ ପାର୍ବତୀଙ୍କ ତିନୋଟି ସନ୍ତାନ ରହିଥିବାବେଳେ ଦେଢ଼ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅପରପକ୍ଷେ, ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ମାଲକାନଗିରି ପୁଲିସ ଅଟକ ରଖିଥିବାବେଳେ ଅଞ୍ଚଳବାସୀ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ରାସ୍ତାରୋକ କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories