www.samajalive.in
Sunday, December 7, 2025
23.1 C
Bhubaneswar

କାର୍‌ରୁ ମିଳିଲା ୩୦ ଲକ୍ଷ

ମାଲକାନଗିରି : ସାରା ଦେଶରେ ନିର୍ବାଚନ କମିସନଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏହାସତ୍ତ୍ବେ ମାଲକାନଗିରି ଜିଲାରୁ ଜବତ ହୋଇଛି ୩୦ ଲକ୍ଷ ଟଙ୍କା। ମାତ୍ର ଏହି ଟଙ୍କା କୌଣସି ନିର୍ବାଚନୀ ପ୍ରଚାର ପାଇଁ ନିଆଯାଉଥିଲା କି ନାହିଁ ତାହା ଜଣାପଡ଼ି ନାହିଁ। ମାଲକାନଗିରି ଜିଲାର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ହେମନ୍ତ ପଟ୍ଟନାୟକ ଓ ପାଲ୍ ସ୍ବାମୀ ଏହି ଟଙ୍କା ନେଇ ମାଲକାନଗିରିରୁ ସୁକୁମାକୁ କାର ଯୋଗେ ଯାଉଥିଲେ। ଏହି ସମୟରେ ମାଲକାନଗିରି ଥାନା ଅନ୍ତର୍ଗତ ଚାଲାଣଗୁଡ଼ା ପୁଲିସ ଚେକ୍‌ପୋଷ୍ଟରେ ଫ୍ଲାଇଂ ସ୍କ୍ବାଡ ଯାନବାହାନ ଯାଞ୍ଚ କରୁଥିଲା। ଯାଞ୍ଚ ସମୟରେ ଉକ୍ତ କାର୍‌ରୁ ୩୦ ଲକ୍ଷ ଟଙ୍କା ମିଳିଥିଲା।

ଏନେଇ ଉଭୟ ହେମନ୍ତ ଓ ପାଲଙ୍କୁ ପଚରାଉଚୁରା କରାଯିବା ସହ ସେମାନଙ୍କୁ ମାଲକାନଗିରି ଆଦର୍ଶ ଥାନା ପୁଲିସ ନିକଟରେ ହସ୍ତାନ୍ତର କରାଯାଇଛି। ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଥ‌ିବାବେଳେ ଆୟକର ବିଭାଗକୁ ଏହାର ତଦନ୍ତ କରିବା ଲାଗି ଉପଜିଲାପାଳଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories