www.samajalive.in
Monday, December 15, 2025
15.1 C
Bhubaneswar

ଦଣ୍ଡକାରଣ୍ୟ ଦୁର୍ଗାମଣ୍ଡପର ହେବ ନବିକରଣ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ଦଣ୍ଡକାରଣ୍ୟ ଖେଳପଡ଼ିଆ ନିକଟସ୍ଥ ସର୍ବ ପୁରାତନ ସାର୍ବଜନୀନ ଦୁର୍ଗା ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ମନ୍ଦିର ଉନ୍ନତିକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆ ଏବଂ ମାଲକାନଗିରି ଜିଲା ଜନପ୍ରିୟ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଏହି ଦୁର୍ଗା ମନ୍ଦିର ପରିସର ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଗା ମନ୍ଦିର କମିଟି ସହ ବିଶେଷ ଆଲୋଚନା କରିଥିଲେ। ଏଥିରେ ବିଡ଼ିଓ ସୁଶ୍ରୀ ଝଡିଆ କାର୍ଯ୍ୟ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଯଥାଶୀଘ୍ର ମନ୍ଦିର କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଗା ମନ୍ଦିର ପରିଚାଳନା କମିଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟରେ ସହଯୋଗ କରିବା ପାଇଁ ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲା ବିଜେଡି ଉପସଭାପତି ଗଣେଶ ମଣ୍ଡଳ, ସାର୍ବଜନୀନ ଦୁର୍ଗା ମନ୍ଦିର କମିଟି ସଭାପତି ରାମା ରାଓ, ସମ୍ପାଦକ ମନୋଜ କୁମାର ସାହା, ତପନ ନାଥ,ସଞ୍ଜୟ ସରକାର, କେ. ରାହୁଲଙ୍କ ସହ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories