www.samajalive.in
Monday, December 15, 2025
26.1 C
Bhubaneswar

ଡିସେମ୍ବର ମାସରୁ ନୂଆ ସିମ୍‌ କାର୍ଡ ନିୟମ- ନହେଲେ ଏମାନେ ଦେବେ ୧୦ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ – ଡିସେମ୍ବର ମାସରୁ ସିମ୍‌ କାର୍ଡ ପାଇଁ ନୂଆ ନିୟମ ଲାଗୁ ହେବା ପାଇଁ ଯାଉଛି । ସିମ୍‌ କାର୍ଡରେ ଅଧିକ ସୁରକ୍ଷା ଏବଂ ଅନ୍‌ ଲାଇନ୍‌ ଠକେଇକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅଗଷ୍ଟ ଏକ ତାରିଖ ଦିନ ଏନେଇ ଡଟ୍‌ ବା ଟେଲିକମ୍‌ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଥିଲା ।

ଟେଲିକମ୍‌ ଅପରେଟର ମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ମାନଙ୍କର ସମସ୍ତ ତଥ୍ୟ ରଖିବେ । ଏହା ସହ ସେମାନଙ୍କର ପଞ୍ଜୀକରଣ କରାଯିବ । ବେଆଇନ୍ ଭାବେ ସିମ୍‌ କାର୍ଡ ବିକ୍ରୀକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ ।

- Advertisement -

ପିଓଏସ୍‌ ମେସିନ୍‌ମାନଙ୍କୁ ଦିଆଯାଉଥିବା ସିମ୍‌ କାର୍ଡର ମଧ୍ୟ ସମସ୍ତ ତଥ୍ୟ ରହିବ । ଏହା କୌଣସି ବେଆଇନ୍‌ କାର୍ଯ୍ୟପାଇଁ ଉପଯୋଗ କରାଯାଉଛି କି ନାହିଁ ତାହାର ତଥ୍ୟ ରଖାଯିବ । ଯେଉଁ ପିଓଏସ୍‌ ମେସିନ୍‌ ସବୁ ଆଗରୁ ବଜାରରେ ଉପଲବ୍ଧ ଅଛି ଆସନ୍ତା ୧୨ ମାସ ମଧ୍ୟରେ ପଞ୍ଜିକରଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ ।

ଏହା ସହ ବିଭିନ୍ନ ଲୋକଙ୍କ ଆଧାର କାର୍ଡକୁ ଅନ୍ୟ ଲୋକମାନେ ଜେରକ୍ସ କି ସାଇବର୍‌ କେଫ୍‌ ଏବଂ ଇଣ୍ଟରନେଟ୍‌ ପାର୍ଲରୁ ହାତେଇ ଏହାକୁ ସିମ୍‌ କାର୍ଡ ନେବା ତଥା ଅନ୍ୟ ବେଆଇନ କାର୍ଯ୍ୟରେ ଲଗାଇଥାଆନ୍ତି । ଏହାକୁ ରୋକିବା ପାଇଁ ଆଧାରକାର୍ଡର କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରିବା ବାଧ୍ୟତାମୂଳକ କରାଯାଇଛି । ଡିସେମ୍ବର ୧ ତାରିଖରୁ ଇ କେଓ୍ୱାଇସ୍‌କୁ ବାଧ୍ୟତାମୂଳକ କରାଯାଇଛି । ବିଭିନ୍ନ କମ୍ପାନୀମାନଙ୍କୁ ଦିଆଯାଉଥିବା ବ୍ଲକ୍‌ କନେକସନ୍‌ ବା ସଂଖ୍ୟାଧିକ କନେକସନ୍‌ ବନ୍ଦ କରାଯାଇଛି । ଏହାକୁ ଉଲ୍ଲଘଂନ କଲେ ୧୦ ଲକ୍ଷ ଟଙ୍କାର ଜୋରିମାନା ପ୍ରବଧାନ କରାଯାଇଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories