www.samajalive.in
Sunday, December 7, 2025
18.1 C
Bhubaneswar

ପୁଣି ଖଟିଆରେ ବୁହାହେଲା ରୋଗୀ

ମାଲକାନଗିରି : ପୁଣି ଜଣେ ରୋଗୀ ଖଟିଆରେ ବୁହା ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି। ଚିତ୍ରକୋଣ୍ଡାରେ ଏହି ଘଟଣା ଦେଖିବାକୁ ମିଳିଛିା ବିଛିନ୍ନାଂଚଳରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ସାଧାରଣ ଲୋକଙ୍କ ନିକଟରେ ଏହି ଯୋଜନା ଅପହଂଚ ହୋଇଥିବା ଦେଖିବାକୁ ମିଳିଛିା ବିଶେଷ କରି ବିଭିନ୍ନ ଅଂଚଳରୁ ପ୍ରସୁତି ମହିଳା ଓ ରୋଗୀଙ୍କୁ ଆଣିବା ନିମନ୍ତେ ୧୦୨ ଓ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବାବେଳେ ଚିତ୍ରକୋଣ୍ଡାର ବିଛିନ୍ନାଂଚଳ ନିମନ୍ତେ ଜଳ ଯାତ୍ରା ପାଇଁ ସ୍ୱତନ୍ତ୍ର ମୋଟର ବୋଟ ବ୍ୟବସ୍ଥା ରହିଛିା ତଥାପି ପ୍ରସୁତି ଓ ଗର୍ଭବତୀ ମହିଳାମାନେ ଖଟିଆରେ ବୁହା ହେଉଥିବାବେଳେ କେହି ପିକପ୍‍ ଭ୍ୟାନରେ ତ ଆଉ କେହି ଟ୍ରାକ୍ଟରରେ ଲଦି ହୋଇ ଚିକିତ୍ସାଳୟକୁ ପହଂଚୁଥିବା ଦେଖିବାକୁ ମିଳିଛିା

ସେମାନଙ୍କ କହିବା ଆନୁସାରେ, ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ କରୁଥିଲେ ମଧ୍ୟ ଏହି ଅଂଚଳକୁ କେହି ଆସିବା ପାଇଁ ରାଜି ହେଉନାହାନ୍ତି ଏବଂ ଏହି ଅଂଚଳ କେଉଁ ଜାଗାରେ ଅଛି ଆମେ ଜାଣିନାହୁଁ ବୋଲି କହି ସେମାନେ ଭୁଆଁ ବୁଲାଉଥିବାର ଅଭିଯୋଗ କରିଛନ୍ତି। ଚିତ୍ରକୋଣ୍ଡା ବ୍ଲକ ଜଡାମ୍ବ ପଂଚାୟତର ଜଣେ ଗର୍ଭବତି ମହିଳା ହଠାତ୍‍ ପ୍ରସୁତି ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଗ୍ରାମବାସୀମାନେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ସେଠାରେ କୌଣସି ଆମ୍ବୁଲାନ୍ସ ପହଞ୍ଚିନଥିବା ଯୋଗୁଁ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ସମ୍ପୃକ୍ତ ମହିଳାଙ୍କୁ ଖଟିଆ ସାହାଯ୍ୟରେ ବୋହି ଆଣି ଚିକିତ୍ସାଳୟକୁ ଅଣାଯାଈଥିଲ।। ବିଶେଷ କରି ଚିତ୍ରକୋଣ୍ଡା ଜଳଭଣ୍ଡାର ଅପର ପାର୍ଶ୍ବରେ ରହିଛି ପାଂଚଗୋଟି ପଂଚାୟତ। ଏହି ପଂଚାୟତରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। କେହି ଲୋକମାନେ ବିଭିନ୍ନ ରୋଗାକ୍ରାନ୍ତ ହେଲେ ଏମାନେ ଜଡାମ୍ବ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ତେବେ ଏହି ଅଂଚଳରେ ୧୦୨ ଓ ୧୦୮ ଆମ୍ବୁଲାନ୍ସ ସାତ ସପନ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତିା ଏମାନେ ଚିତ୍ରକୋଣ୍ଡା ଚିକିତ୍ସାଳୟକୁ ଆସିବାକୁ ହେଲେ ଭଙ୍ଗା ଦଦରା ଡଙ୍ଗାରେ ବସି ଆସୁଛନ୍ତି। ତେବେ ୧୦୮ ମୋଟର ବୋଟ ଆମ୍ବୁଲାନ୍ସ କାହା ସ୍ୱାର୍ଥରେ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏହି ଅଂଚଳର ଉନ୍ନତିକରଣ ନିମନ୍ତେ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ପ୍ରଶାସନର ଅଣଦେଖା ଯୋଗୁଁ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories