ଚିଲିକା ପାଇଁ ବିପଦ ମାଲେସିଆ ଜାହାଜ
ଚିଲିକା: ଚିଲିକାର ରାଜହଂସରେ ଲାଗିଥିବା ମାଲେସିଆ ଜାହାଜ ଚିଲିକାର ଜୈବବିଭିତତା ପାଇଁ ବିପଦ ଆଣିପାରେ। ୭ ଦିନ ହେଲା ଚିଲିକାରେ ଅଟକି ରହିଥିବା ମାଲବାହି ଜାହାଜରୁ ତେଲ ଲିକ୍ ହେବା ସମ୍ଭାବନା ରହିଥିବା କୋଷ୍ଟଗାର୍ଡ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯିବା ସହ ଜାହାଜ କମ୍ପାନିକୁ ମଧ୍ୟ ଚିଠି ଲେଖାଯାଇଛି। ମାଲେସିଆରୁ ବାଂଲାଦେଶ ଯାଉଥିବା ଏହି ମାଲବାହୀ ଜାହାଜରେ ୩୦ ହଜାର ଲିଟର ଡିଜେଲ ,୨୦୦ ଶହ ଲିଟର ହାଇଓଡ୍ରିକ ଅଏଲ ଏବଂ ୧୦୦୦ ଲିଟର ଲ୍ୟୁବ୍ ଅଏଲ ରହିଛି। କୋଷ୍ଟଗାର୍ଡ ସୂଚନାମୁତାବକ ସପ୍ତାହେ ଧରି ଅଟକି ରହିଥିବା ଏହି ମାଲବାହୀ ଜାହାଜରୁ ତେଲ ଲିକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ତେଲ ଲିକ୍ ହୁଏ ଏହା ଚିଲିକାର ଜୈବ ବିଭିତତା ପାଇଁ ଏକ ବଡ ବିପଦ ଡାକି ଆଣିବ। ଜାହାଜରେ ଏତେ ପରିମାଣର ତେଲଥିବାରୁ ଏହା ଏକ ବଡ ବିପଦ ସୃଷ୍ଟି କରିବ ବୋଲି କୋଷ୍ଟଗାର୍ଡ ସୂଚନା ଦେଇଛି। ଏଠାରେସୂଚନାଯୋଗ୍ୟ ଅଗଷ୍ଟ ୮ ତାରିଖରେ ଦିଗହରା ହୋଇ ଏକ ମାଲବାହୀ ଜାହାଜ ଚିଲିକାର ରାଜହଂସ ନିକଟରେ ଅଟକି ଥିଲା। ଯାନ୍ତ୍ରୀକ ତୃଟିଯୋଗୁ ଜାହାଜଟି ୭ ଦିନ ହେଲା ସେହିଠାରେ ଅଟକି ରହିଛି।
Comments are closed.