www.samajalive.in
Sunday, December 7, 2025
16.1 C
Bhubaneswar

ପର୍ଯ୍ୟଟନ କ୍ଷେତ୍ର ପାଇଁ ମାଳଦ୍ୱୀପ ଓ ଲାକ୍ଷାଦ୍ୱୀପ ମଧ୍ୟରେ କିଏ ଆଗରେ

ନୂଆଦିଲ୍ଲୀ:  ଲାକ୍ଷାଦ୍ୱୀପ ପାଇଁ ଭାରତ ଏବଂ ମାଳଦ୍ୱୀପ ଭିତରେ ବିବାଦ ଗମ୍ଭୀର ହେବାରେ ଲାଗିଛି। ସରକାରଙ୍କ ସହ ବଲିଉଡ କଳାକାର ଏବଂ ସାଧାରଣ ଜନତା ମଧ୍ୟ ମାଳଦ୍ୱୀପକୁ ବହିସ୍କାର କରୁଛନ୍ତି। ଏବେ ଲାକ୍ଷାଦ୍ୱୀପ ଓ ମାଳଦ୍ୱୀପ ମଧ୍ୟରେ ଅଧିକ ସୁନ୍ଦର ଓ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର କେଉଁଟା ତାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ଉଭୟଙ୍କ ମଧ୍ୟରେ ତୁଳନା କରିବା ବେଳେ କିଛି ତଥ୍ୟରେ ଧ୍ୟାନ ଦେବା ଜରୁରୀ।

ଭାରତରୁ ମାଳଦ୍ୱୀପ ଯିବା ସହଜ, ଏବଂ ଖୁବ କମ ସମୟରେ ଏଠାରେ ପର୍ଯ୍ୟଟକ ମାନେ ପହଂଚି ପାରିବେ। ମାଳଦ୍ୱୀପ ଯିବା ପାଇଁ ଭିଜା ଫ୍ରି ଥିବା ବେଳେ ଲାକ୍ଷାଦ୍ୱୀପ ଯିବାକୁ ହେଲେ ପ୍ରଶାସନର ଅନୁମତି ନେବାକୁ ପଡିଥାଏ। ଭାରତରୁ ମାଳଦ୍ୱୀପ ଯିବା ପାଇଁ ସର୍ବଦା ବିମାନର ବ୍ୟବସ୍ଥା ରହିଛି। ହେଲେ ଯଦି ଆପଣ ବିମାନରେ ଲାକ୍ଷାଦ୍ୱୀପ ଯିବାକୁ ଚାହୁଁଛନ୍ତି ତେବେ ଏହାର ସଂଖ୍ୟା କମ୍‌‌। ମାଳଦ୍ୱୀପ ଭାରତର ଦକ୍ଷିଣ ପଶ୍ଚିମ ତଟରେ ଅବସ୍ଥାପିତ ଥିବା ବେଳେ ଏହାର କ୍ଷେତ୍ରଫଳ ୩୦୦ ବର୍ଗ କିଲୋମିଟର। ଯାହାକି ଦିଲ୍ଲୀ ଠାରୁ ୫ଗୁଣା ଅଧିକ। ମାଳଦ୍ୱୀପର ଜନସଂଖ୍ୟା ପାଖାପାଖି ୪ଲକ୍ଷ। ଏହି ଦେଶର ଅର୍ଥ ବ୍ୟବସ୍ଥା ସମୂର୍ଣ୍ଣ ଭାବେ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରିଥାଏ। ମାଳଦ୍ୱୀପକୁ ଯାଉଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସବୁଠାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ହେଉଛନ୍ତି ଭାରତୀୟ। ବିଗତ କିଛି ବର୍ଷ ହେବ ଭାରତରୁ ୨ଲକ୍ଷ ପର୍ଯ୍ୟଟକ ମାଳଦ୍ୱୀପ ବୁଲିବାକୁ ଯାଇଥିବା କୁହାଯାଉଛି। ଏହି ସଂଖ୍ୟା ୨୦୨୧ରେ ୩ଲକ୍ଷ ଥିବା ବେଳେ ୨୦୨୨ରେ ଅଢେଇ ଲକ୍ଷରୁ ଅଧିକ ପର୍ଯ୍ୟଟକ ମାଳଦ୍ୱୀପ ଯାଇଥିଲେ।

- Advertisement -

ମାଳଦ୍ୱୀପର ଏକ ମିଡ଼ିଆ ସୂଚନା ଅନୁସାରେ ଏଠାରେ ୧୭୫ ରିସୋର୍ଟ, ୧୪ ହୋଟେଲ, ୮୬୫ ଗେଷ୍ଟ ହାଉସ, ୧୫୬ ଜାହାଜ, ୭୬୩ ଟ୍ରାଭେଲ ଏଜେନ୍ସି ଏବଂ ୫ଟି ଟୁର ଗାଇଡ୍ସ ରହିଛନ୍ତି। ଜାନୁଆରୀରୁ ଏପ୍ରିଲ ମାଳଦ୍ୱୀପ ବୁଲି ଯିବାର ସବୁଠୁ ଭଲ ସମୟ ହୋଇଥାଏ।

ଏବେ ଚାଲନ୍ତୁ ଜାଣିବା ଭାରତର ଲାକ୍ଷାଦ୍ୱୀପ ସମ୍ପର୍କରେ। ଭାରତର କେନ୍ଦ୍ର ଶାସିତ ଅଂଚଳ ଲାକ୍ଷାଦ୍ୱୀପ ଠାରୁ ମାଳଦ୍ୱୀପ ୭୦୦ କିଲୋମିଟର ଦୂରତାରେ ରହିଛି। କେରଳର କୋଚି ଠାରୁ ଲାକ୍ଷାଦ୍ୱୀପ ପାଖାପାଖି ୪୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଅଂଚଳ ୩୬ଟି ଛୋଟ ଛୋଟ ଦ୍ୱୀପର ସମୂହ। ୨୦୧୧ ଜନ ଗଣନା ଅନୁସାରେ ଏଠାରେ ୬୪ହଜାର ଜନସଂଖ୍ୟା ରହିଥିଲା। ସେମାନଙ୍କ ମଧ୍ୟରୁ ମୁସଲମାନଙ୍କ ସଂଖ୍ୟା ଅଧିକ । ଲାକ୍ଷାଦ୍ୱୀପର କ୍ଷେତ୍ରଫଳ ୩୬ବର୍ଗ କଲୋମିଟର। ଯାହାକି ମାଳଦ୍ୱୀପ ଲାକ୍ଷାଦ୍ୱୀପ ଠାରୁ ୧୦ଗୁଣା ବଡ। ଲାକ୍ଷାଦ୍ୱୀପରେ ସାଧାରଣ ଲୋକଙ୍କ ରୋଜଗାର ଏକ ଉତ୍ତମ ମାଧ୍ୟମ। ସୂତ୍ର ଅନୁସାରେ ଗତ କିଛି ବର୍ଷ ହେବ ଲାକ୍ଷାଦ୍ୱୀପ ବୁଲି ଯାଉଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୨୫ହଜାର ପାଖାପାଖି ରହିଥିଲା। ଯେଉଁଠାରେ କି ମାଳଦ୍ୱୀପ ଯାଉଥିବା ଭାରତୀୟଙ୍କ ସଂଖ୍ୟା ୮ଗୁଣା ଅଧିକ। କୋଚି ଠାରୁ ଯଦି ଆପଣ ଲାକ୍ଷାଦ୍ୱୀପ ଯିବାକୁ ଚାହୁଁଛନ୍ତି ତେବେ ଜାହାଜରେ ଗଲେ ୧୪ରୁ ୧୮ଘଣ୍ଟା ମଧ୍ୟରେ ପହଂଚି ପାରିବେ। କେଉଁ ଜାହାଜରେ ଯାଉଛନ୍ତି ଆଉ କେଉଁ ସ୍ଥାନକୁ ସେହି ଅନୁସାରେ ଆପଣଙ୍କ ଖର୍ଚ୍ଚ ନିର୍ଭର କରିଥାଏ। ଲାକ୍ଷାଦ୍ୱୀପରେ ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ସେଲସିୟସ ରହୁଥିବା ବେଳେ ଏଠାକୁ ଯିବାର ସଠିକ ସମୟ ହେଉଛି ମେ ମାସରୁ ସେପ୍ଟେମ୍ବର। ଲାକ୍ଷାଦ୍ୱୀପକୁ ଯିବାକୁ ହେଲେ ପ୍ରଶାସନ ପକ୍ଷରୁ ଅନୁମତି ନେବାକୁ ପଡିଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories