BJD Bijuli 480×75 Mob

ମାଲାୟଲମ ସମ୍ବାଦପତ୍ର ‘ମାତୃଭୂମି’ର ଶତବାର୍ଷିକୀ ଉତ୍ସବ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ

BJD Bijuli 480×75 Mob

ନୁଆଦିଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ମାଲାୟଲମ ଦୈନିକ ସମ୍ବାଦପତ୍ର ‘ମାତୃଭୂମି’ର ବର୍ଷେବ୍ୟାପୀ ଶତବାର୍ଷିକୀ ଉତ୍ସବକୁ ଉଦ୍‍ଘାଟନ କରିବେ। ୧୯୨୩ ମସିହା ମାର୍ଚ୍ଚ ୧୮ ତାରିଖରେ ମାତୃଭୂମି ସମ୍ବାଦପତ୍ର ପ୍ରକାଶ ପାଇଥିଲା। ମାତୃଭୂମି ସମ୍ବାଦପତ୍ର ସର୍ବଦା ସମାଜରେ ସଂସ୍କାର ଓ ବିକାଶ କାର୍ଯ୍ୟସୂଚୀକୁ ଏହାର ସମ୍ବାଦରେ ଅଗ୍ରାଧିକାର ଦେଇଆସିଛି। ଏହା ଜାତୀୟ ସ୍ୱାର୍ଥକୁ ସର୍ବଦା ଶୀର୍ଷରେ ରଖିଛି। ମାତୃଭୂମିର ୧୫ଟି ସଂକଳନ ଓ ୧୧ଟି ପତ୍ରିକା ରହିଛି। ତା’ଛଡା ମାତୃଭୂମି ପୁସ୍ତକ ବିଭାଗ ଅନେକ ବହି ପ୍ରକାଶ କରିଆସୁଛି।

Comments are closed.