ମାଲକାନଗିରିରେ ମିଳୁନି ବିଦ୍ୟୁତ୍ ସେବା ! ଦିନ ତମାମ ବିଦ୍ୟୁତ୍ କାଟ୍ ଯୋଗୁଁ ହନ୍ତସନ୍ତ ଅଞ୍ଚଳବାସୀ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଦ୍ୟୁତ ଉତ୍ପନ୍ନ ହେଉଥିଲେ ମଧ୍ୟ ଜିଲ୍ଲାବାସୀଙ୍କୁ ମିଳୁନି ବିଦ୍ୟୁତ୍ ସେବା,ଦିନ ତମାମ ବିଦ୍ୟୁତ୍ କାଟ ଯୋଗୁଁ ହଇରାଣ ହେଉଛନ୍ତି ଅଞ୍ଚଳବାସୀ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ଵାରା ଜିଲ୍ଲାର ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ଯୋଗାଇ ଦେବା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବିଦ୍ୟୁତ୍ ଉପକେନ୍ଦ୍ର କରାଯାଇ ସମସ୍ତ ଗ୍ରାମାଞ୍ଚଳରେ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଇବାର ବ୍ୟବସ୍ଥା କରାଯାଇଛି । ତେବେ କର୍ମଚାରୀଙ୍କ ଅଭାବ ଯୋଗୁଁ ସମସ୍ତ ବ୍ୟବସ୍ଥା ପରେ ମଧ୍ୟ ଦିନ ତମାମ ବିଦ୍ୟୁତ୍ ବିଭ୍ରାନ୍ତରେ ଭୋଗୁଛନ୍ତି ଅଞ୍ଚଳବାସୀ ।
ଇତି ମଧ୍ୟରେ ଜଣେ ବିଦ୍ୟୁତ୍ ସେବା କର୍ମଚାରୀ (ଲାଇନ ମ୍ୟାନ) ଗିରିଜା ପ୍ରସାଦ ରଥଙ୍କୁ ଅନ୍ୟତ୍ର ବଦଳି କରା ଯାଇଥିବା ସୂଚନା ମିଳିଛି । ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଓ ଶିନ୍ଧ୍ରିମାଳ, ତମସା ,ବିରଲକ୍ଷ୍ମଣପୁର, ଗଙ୍ଗଳା ,ପାଣ୍ଡରୀପାଣି ଆଦି ଗ୍ରାମ ପଞ୍ଚାୟତରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଏହି ପଞ୍ଚାୟତ ମାନଙ୍କରେ ଭିନ୍ନ ଭିନ୍ନ ଫିଡର ମାଧ୍ୟମରେ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ଏମ.ଭି ୭ ଫିଡର, ଏମଭି ୨୭ ଫିଡର, ଡ୍ୟାମ ସାଇଡ ଫିଡର ଭଳି ଅନେକ ଫିଡର ମଧ୍ୟାମରେ ଏହି ଅଞ୍ଚଳରେ ବିଦ୍ୟୁତ୍ ସେବା ଯୋଗାଇବାର ବ୍ୟବସ୍ଥା ରହିଛି ।
କିନ୍ତୁ ପ୍ରତି ଦିନ ଏହି ଅଞ୍ଚଳରେ ଅନିୟମିତ ବିଦ୍ୟୁତ୍ କାଟ ହେଉଛି । ଯାହାଦ୍ଵାରା ଅଞ୍ଚଳବାସୀ ନହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଗ୍ରାମବାସୀଙ୍କ କହିବ। ଅନୁଯାୟୀ ରାତି ଅଧରେ ବିଦ୍ୟୁତ୍ କାଟ ହେବ ପରେ ପୁଣି ଆଗାମୀ ଦିନ ସନ୍ଧ୍ୟା ପରେ ବିଦ୍ୟୁତ୍ ସେବା ସ୍ଵାଭାବିକ ହେଉଛି । ସେହି ପରି କୋଟେଲିଗୁଡା ଗ୍ରାମରେ ବିଦ୍ୟୁତ୍ କାଟ ହେଲେ ୩ରୁ ୪ ଦିନ ପରେ ବିଦ୍ୟୁତ ସେବା ସ୍ଵାବାଭିକ ହେଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏମ ଭି ୧୧, ନୀଳିମାରୀ, କାଦବାହଲ, ଦାନିଗୁଡା ଆଦି ଅଞ୍ଚଳରୁ ଏଭଳି ବିଦ୍ୟୁତ୍ ବିଚ୍ଛିନ୍ନ ହେଉଥିବା ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଓ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
ନିରବିଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ନିମନ୍ତେ ଦାବି ହୋଇଛି । ଏ ସମ୍ପର୍କରେ ଉପଖଣ୍ଡ ଅଧିକାରୀ ସୁରଜ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଯଥାଶୀଘ୍ର ଏହାର ସମାଧାନ କରିଯିବା ବୋଲି ସେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଯଦି ଜିଲ୍ଲା ସଦର ମହକୁମାରେ ଯଦି ଏଭଳି ହେଉଛି ତେବେ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍ ସେବା କିପରି ତାହା ସ୍ପଷ୍ଟ ଅନୁମେୟ ବୋଲି ସାଧାରଣରେ ଆଲୋଚନା ହେଉଛି ।
Comments are closed.