ତିହାର ଜେଲ୍‍ ଗଲେ ମେଜର ହାଣ୍ଡା

0

ନୂଆଦିଲ୍ଲୀ : ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସେନା ମେଜର ନିଖିଲ ହାଣ୍ଡାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଫଳରେ ତାଙ୍କୁ ତିହାର ଜେଲ୍‍ ପଠାଇ ଦିଆଯାଇଛି। ଶୁକ୍ରବାର ମେଜର ହାଣ୍ଡାଙ୍କ ୪ଦିନିଆ ପୁଲିସ ହାଜତ ମିଆଦ ଶେଷ ହେବା ପରେ ତାଙ୍କୁ ସ୍ଥାନୀୟ ଦୌରାଜଜ୍‍ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ଅଦାଲତ ତାଙ୍କୁ ୧୪ଦିନ ପାଇଁ ହାଜତକୁ ପଠାଇ ଦେଇଥିଲେ। ଜୁଲାଇ ୧୩ରେ ତାଙ୍କୁ ପୁନର୍ବାର ଅଦାଲତରେ ହାଜର କରାଯିବ। ଜୁନ୍‍ ୨୩ରେ ମେଜର ହାଣ୍ଡା ସେନାର ଅନ୍ୟ ଜଣେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀ (୩୫ବର୍ଷ)ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ଜୁନ୍‍ ୨୪ରେ ମେଜର ହାଣ୍ଡାଙ୍କୁ ଉତ୍ତର ପ୍ରଦେଶର ମିରଟରୁ ଗିରଫ କରିଥିଲା।

Leave A Reply