୨୩ ଯାଏଁ କାଶ୍ମୀରକୁ ୩ ଏୟାରଲାଇନ୍ସ କମ୍ପାନୀର ସବୁ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜାମ୍ମୁରୁ ସମସ୍ତ କଟକଣା ହଟିଥିଲାବେଳେ କାଶ୍ମୀରରୁ ଧୀରେ ଧୀରେ କଟକଣା ହଟାଯାଉଛି। ତେବେ ଏହା ମଧ୍ୟରେ ଭାରତର ୩ ପ୍ରମୁଖ ଏୟାରଲାଇନ୍ସ କମ୍ପାନୀ ଅଗଷ୍ଟ ୨୩ ଯାଏଁ ଶ୍ରୀନଗରକୁ ସମସ୍ତ ଉଡ଼ାଣ ରଦ୍ଦ କରିଦେଇଛନ୍ତି।

prayash

ଶ୍ରୀନଗରରୁ ଆସିବା ଓ ଯିବା ପାଇଁ ଅଗଷ୍ଟ ୨୩ ଯାଏଁ ଟିକେଟ ବୁକ କରିଥିବା ଯାତ୍ରୀଙ୍କ ପାଇଁ ସମସ୍ତ ଟଙ୍କା ରିଫଣ୍ଡ ବା ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ପ୍ରମୁଖ ବିମାନ କମ୍ପାନୀଗୁଡ଼ିକ କହିଛନ୍ତି। ଅନ୍ୟପକ୍ଷରେ ସୋମବାର କାଶ୍ମୀର ଘାଟିରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସ୍‍ ଖୋଲାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିଶେଷ କରି ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟ, ଇଣ୍ଡିଗୋ ଏବଂ ବିସ୍ତରା ସୁରକ୍ଷା କାରଣ ଦର୍ଶାଇ ଅଗଷ୍ଟ ୨୩ ଯାଏଁ ସମସ୍ତ ଉଡ଼ାଣ ରଦ୍ଦ କରିଛନ୍ତି। ୨୩ ଯାଏଁ ଟିକେଟ ରଦ୍ଦ ଏବଂ ପୁନଃ ବୁକ୍‍ ପାଇଁ କୌଣସି ଦେୟ ବା ଚାର୍ଜ ଦେବାକୁ ପଡ଼ିବ ନାହିଁ।

kalyan agarbati

Comments are closed.