www.samajalive.in
Sunday, December 14, 2025
17.1 C
Bhubaneswar

ସମାଜ ବ୍ୟବସ୍ଥାରେ ସୁଧାର ଆଣିବାରେ ମହିମା ଧର୍ମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଗୁରୁଡିଝାଟିଆ : ଜଗତ ଭଗତଙ୍କ ଉନ୍ନତି ସାଙ୍ଗକୁ ସାତ୍ତ୍ୱିକ ଶାନ୍ତି ଓ ସମାଜରେ ଭାତୃତ୍ୱ ଆଣିବା କ୍ଷେତ୍ରରେ ମହିମା ଧର୍ମର ଭୂମିକା ଅତୀ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ଭିତରେ ଆଧ୍ୟାତ୍ମିକ ଭାବଧାରାକୁ ଉଦଜୀବିତ କରାଇବା ସାଙ୍ଗକୁ ସମାଜର ମଙ୍ଗଳ ଦିଗରେ ମହିମା ସାଧୁସନ୍ଥ ସର୍ବଦା ନିଜକୁ ଉତ୍ସର୍ଗ କରିଛନ୍ତି ବୋଲି କଖଡି ମହିମା ଆଶ୍ରମ ପରିସରରେ ଆୟୋଜିତ ବ୍ରହ୍ମଧ୍ୱନି ସ୍ଥାପନ, ଅଖଣ୍ଡବତୀ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ଉପସ୍ଥିତ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷ ମତପ୍ରକାଶ କରିଛନ୍ତି । ବାବା ଉଦ୍ଧବ ଚରଣ ଦାସ, ବାବା ଭକ୍ତ ଦାସ, ସାଧୁ ହରମୋହନ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧୁ ଦେବବ୍ୟାସ ଦାସ, ତ୍ୟାଗୀ ବିଶ୍ୱାମିତ୍ର ଓ ବୈରାଗୀ ଭକ୍ତବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଶରତଚନ୍ଦ୍ର ମହାନ୍ତି, ସ୍ୱାଧୀନ ରାଉତ, ରମଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର,ପୂର୍ଣ୍ଣଚନ୍ଦ୍ର ନାୟକ, ସୌଭାଗ୍ୟ ମହାନ୍ତି, ତଅପୋଇ ବେଦାନ୍ତ ପ୍ରମୁଖ ବହୁ ଶ୍ରଦ୍ଧାଳୁ ଓ ବହୁ ଭକ୍ତ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories