କାହା ମୁଣ୍ଡରେ ଏଥର କର୍ଣ୍ଣାଟକ ମୁକୁଟ?

ଡେସ୍କ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛ। ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ସୁଦ୍ଧା କର୍ଣ୍ଣାଟକରେ ୬୫.୬୯% ମତଦାନ ହୋଇଛି। ଚଳିତ ନିର୍ବାଚନରେ କର୍ଣ୍ଣାଟକ ବିଧାନସଭାର ୨୨୪ଟି ଆସନ ପାଇଁ ୨ ହଜାର ୬୧୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୨୨୩, ଜେଡିଏସ୍ ୨୦୯ ଓ ଆମ୍ ଆଦମୀ ପାର୍ଟି ୨୦୯ଟି ଆସନରେ ପ୍ରାର୍ଥୀ ଦେଇଛି। ଏହି ନିର୍ଵାହନରେ ମୁଖ୍ୟତଃ ବିଜେପି କଂଗ୍ରେସ ଓ ଜେଡିଏସ ମଧ୍ୟରେ ଲଢେଇ ହେଉଛି। ଆସନ୍ତା ୧୩ରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ଓ ଜଣାପଡିବ ଏଥର କର୍ଣ୍ଣାଟକର ଭୋଟର କାହାକୁ ପିନ୍ଧାଇବେ କର୍ଣ୍ଣାଟକ ମୁକୁଟ।

ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ଏକଜିଟ୍‌ ପୋଲ ଆକଳନ ଆସିବାରେ ଲାଗିଛି। ଯଦିଓ ଏହି ଆକଳନ ଭିନ ଭିନ୍ନ ସଂଖ୍ୟା ଦର୍ଶାଉଛି, ମୋଟ ଉପରେ ଏଥର ମଧ୍ୟ ଝୁଲା ସରକାର ସମ୍ଭାବନା ଦେଖାଦେଇଛି।

ରିପବ୍ଲିକ ଟିଭି ଏକଜିଟ୍‌ ପୋଲ
ବିଜେପି: ୮୫-୧୦୦ ଆସନ
କଂଗ୍ରେସ: ୯୪-୧୦୮ ଆସନ
ଜେଡିଏସ୍‌: ୨୪-୩୨ଟି ଆସନ

ଜନ୍ କି ବାତ୍ ଏକଜିଟ୍‌ ପୋଲ
ବିଜେପି: ୯୪-୧୧୭ଟି ଆସନ
କଂଗ୍ରେସ: ୯୧-୧୦୬ଟି ଆସନ
ଜେଡିଏସ: ୧୪-୨୪ଟି ଆସନ

ପୋଲଷ୍ଟାଟ୍ ସଂସ୍ଥା ଏକଜିଟ୍‌ ପୋଲ
ବିଜେପି: ୮୮-୯୮ଟି ଆସନ
କଂଗ୍ରେସ: ୯୯-୧୦୯ଟି ଆସନ
ଜେଡିଏସ୍: ୨୧-୨୬ଟି ଆସନ

ସିଜିଏସ ଏକଜିଟ୍‌ ପୋଲ
ବିଜେପି: ୧୧୪ଟି ଆସନ
କଂଗ୍ରେସ: ୮୬ଟି ଆସନ
ଜେଡିଏସ: ୨୧ଟି ଆସନ

ଚାଣକ୍ୟ ଏକଜିଟ୍‌ ପୋଲ
ବିଜେପି: ୯୨ଟି ଆସନ
କଂଗ୍ରେସ: ୧୨୦ଟି ଆସନ
ଜେଡିଏସ: ୧୨ଟି ଆସନ

ଇଣ୍ଡିଆ ଟୁଡ଼େ ଆକ୍ସିସ ମାଇଁ ଇଣ୍ଡିଆ ଏକଜିଟ୍‌ ପୋଲ
ବିଜେପି: ୬୨-୮୦ଟି ଆସନ
କଂଗ୍ରେସ: ୧୨୨-୧୪୦ଟି ଆସନ
ଜେଡିଏସ: ୨୦-୨୫ଟି ଆସନ

ଇଣ୍ଡିଆ ଟୁଡ଼େ ସିଏନଏକ୍ସ ଏକଜିଟ୍‌ ପୋଲ
ବିଜେପି: ୮୦-୯୦ଟି ଆସନ
କଂଗ୍ରେସ: ୧୧୦-୧୨୦ଟି ଆସନ
ଜେଡିଏସ: ୨୦-୨୪ଟି ଆସନ

Comments are closed.