‘ମାହେଶ୍ୱରୀ’ ବଢ଼ାଇଲା ସହାୟତାର ହାତ
ନୂଆଖାଇରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଚେତାବନୀ
ବଲାଙ୍ଗିର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏହାକୁ କିଏ ଏକତାର ପର୍ବ କହେ ତ ପୁଣି କିଏ ଭାଇଚାରାର ପର୍ବ ବୋଲି କହେ। ତେବେ ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ନୂଆଖାଇ ପାଳନ ପାଇଁ ଆର୍ଥିକ ସ୍ତରରେ ସେତେଟା ସକ୍ଷମ ନୁହନ୍ତି। ତେଣୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ନୂଆଖାଇକୁ ନିଆରା କରିବା ପାଇଁ ସଂଗଠନର ସଦସ୍ୟାମାନେ ବୁଧବାର ବିଭିନ୍ନ ଅଞ୍ଚଳକୁ ଯାଇ ସାଧ୍ୟ ଅନୁସାରେ ଅସମର୍ଥ ପରିବାରକୁ ନୂଆଖାଇ ଖଞ୍ଜା ଯୋଗାଇବାକୁ ଉଦ୍ୟମ କରିଥିଲେ। ସମସ୍ତଙ୍କ ଆଶା ପୂରଣ କରି ନପାରିଲେ ମଧ୍ୟ କିଛି ଲୋକଙ୍କ ମୁହଁରେ ଟିକିଏ ହସ ଫୁଟାଇବାର ପ୍ରୟାସ ବୋଲି ମାହେଶ୍ୱରୀ ସଂଗଠନ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ନୂଆଖାଇ ଛୁଟିକୁ ନେଇ ବିବାଦର ଅବସାନ ହୋଇପାରିନି। କେଉଁଠି ୩ ଦିନ ଦାବି ହେଉଛି ତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର୍(ଆର୍ଡିସି) ନୂଆଖାଇ ବାସିକୁ ସ୍ଥାନୀୟ ଛୁଟି ଭାବେ ଘୋଷଣା କରିଛନ୍ତି। ତେବେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଆମର ପରବ, ଆମର ଗରବ, ଆମର ସ୍ୱାଭିମାନ ନୂଆଖାଇ ବୋଲି ଦର୍ଶାଇବା ସହ ଆମ ଅଞ୍ଚଳର ଲେକେ ଘରେ ପରିବାର ସହ ମିଶି ନୂଆ ଖାଇବେ। ନୂଆଖାଇରେ କୌଣସି ଘରୋଇ ଅନୁଷ୍ଠାନ କି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଛୁଟି ନକରନ୍ତି ତା’ହେଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଥିଲା।
Comments are closed.