ବିବାହରେ ବିଳମ୍ବ ହେଉଥିଲେ ମହାଶିବରାତ୍ରୀରେ ଆପଣାନ୍ତୁ ଏହି ଉପାୟ..

ଭଗବାନ ଶିବଶଙ୍କର ପୂଜା ସରଳ ଓ ଶୀଘ୍ର ଶୁଭଫଳ ମିଳିଥାଏ ବୋଲି ମାନ୍ୟତା ରହିଛି । ସୃଷ୍ଟିକର୍ତ୍ତା ଭଗବାନ ବିଷ୍ଣୁ ମଧ୍ୟ ପ୍ରଭୁ ଶଙ୍କରଙ୍କ ଆରାଧନା କରି ଥାନ୍ତି।
ଭଗବାନ ଶିବ ଖୁବ୍ ଶୀଘ୍ର ସରଳ ପୂଜାରେ ସନ୍ତୁଷ୍ଟ ହୋଇଯାନ୍ତି ବୋଲି କୁହାଯାଏ । କେବଳ ଗୋଟିଏ ଲୋଟା ଜଳରେ ପ୍ରଭୁଙ୍କ ଅଶେଷ କୃପା ପ୍ରାପ୍ତି ହୋଇଥାଏ । ସ୍ୱଚ୍ଛ ମନରେ ଓ ଭକ୍ତିରେ ପ୍ରଭୁଙ୍କ କୃପା ମିଳିଥାଏ । ଶାସ୍ତ୍ରରେ ମଧ୍ୟ ଶିବ ପୂଜାର ମହତ୍ତ୍ୱ ବଣ୍ଣର୍ନା କରାଯାଇଛି । ବୈବାହିକ ଦମ୍ପତି ସନ୍ତାନ ପ୍ରାପ୍ତି ପାଇଁ, ଯୁବକ ଯୁବତୀ ମନପସନ୍ଦର ଜୀବନ ସାଥୀ ପାଇଁ, ମାନସିକ ଶାନ୍ତି, ଆର୍ଥିକ ସମୃଦ୍ଧି ଭଗବାନ ଶିବଙ୍କ ଆରାଧନାରୁ ପ୍ରାପ୍ତି ହୋଇଥାଏ । ସମସ୍ତ କଷ୍ଟ ଦୂର ହୋଇଥାଏ।
ଭକ୍ତିରେ ମହାଦେବଙ୍କ ଆରାଧନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହେବା ସହ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ । ସମସ୍ତ ଗ୍ରହ ଦୋଷ ଦୂର ହୋଇଥାଏ । ଯେଉଁମାନଙ୍କ ବିବାହରେ ବିଳମ୍ବ ହେଉଛି ଓ ବାଧା ଲାଗି ରହୁଛି, ତେବେ ମହାଶିବରାତ୍ରୀ ଦିନ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ ଭଗବାନ ଶଙ୍କରଙ୍କୁ କେସର ମିଶ୍ରିତ କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ବିବାହରେ ଥିବା ବାଧା ଦୂର ହେବ। ଭଗବାନ ଶଙ୍କରଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଶିବ ମନ୍ତ୍ର ମଧ୍ୟ ଜପ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଲାଭ ମିଳିବ। ଶୀଘ୍ର ବିବାହ ହେବ।
୧୬ ସୋମବାର ବ୍ରତ କରିବା ଦ୍ୱାରା ଶୀଘ୍ର ବିବାହର ଯୋଗ ହୋଇଥାଏ ।
ପ୍ରଭୁ ଶଙ୍କରଙ୍କୁ ମହାକାଳ ବୋଲି କୁହାଯାଏ । ଜୀବନରେ ଥିବା କଷ୍ଟରୁ ମୁକ୍ତି ପାଇଁ, ରୋଗ ଦୂର ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।
ନିୟମିତ ଶିବଶଙ୍କରଙ୍କୁ ପୂଜା କଲେ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଧନର ଅଭାବ ଦୂର ହୋଇଥାଏ ।
ଶିବଶଙ୍କରଙ୍କୁ ପୂଜାଚ୍ଚର୍ନା କରିବା ଦ୍ୱାରା ବୈବାହିକ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ସନ୍ତାନ ଜନିତ ସମସ୍ୟା ଦୂର ହୋଇଥାଏ ।
ମହାଶିବରାତ୍ରୀରେ ପ୍ରଭୁଙ୍କୁ ଫୁଲ, ଘିଅ ଦୀପ, ଦୁଦୁରାଫୁଲ,ବେଲପତ୍ର ଅର୍ପଣ କରି ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇ ମନସ୍କାମନା ପୂରଣ ହୋଇଥାଏ ।
Comments are closed.