www.samajalive.in
Monday, December 8, 2025
27.1 C
Bhubaneswar

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

ମହାଶିବରାତ୍ରୀ ୨୬ ଫେବୃଆରୀରେ ଅର୍ଥାତ୍‌ ବୁଧବାର ଗ୍ରହଙ୍କ ଅନେକ ଶୁଭ ଓ ଦୁର୍ଲ୍ଲଭ ଯୋଗ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ବୁଧବାର ସ୍ୱାମୀ ବୁଧ ସୂର୍ଯ୍ୟଙ୍କ ସହ କୁମ୍ଭ ରାଶିରେ ଏକାଠି ହୋଇ ବୁଦ୍ଧାଦିଥ୍ୟ ଯୋଗ ସୃଷ୍ଟି କରିବେ । ସେହିପରି ଚନ୍ଦ୍ରମା ମକର ରାଶିଙ୍କର ସ୍ୱାମାୀ, ଫଳରେ ସୁନଫା ଯୋଗ ହେବ । ଏହାସହ ଶ୍ରବଶ ନକ୍ଷତ୍ର ଓ ଶିବ ଯୋଗ ମଧ୍ୟ ହେବାକୁ ଯାଉଛି । ଜାଣନ୍ତୁ ମହାଶିବରାତ୍ରୀରେ ଗ୍ରହ-ନକ୍ଷତ୍ରଙ୍କର ଶୁଭ ଯୋଗ କେଉଁ କେଉଁ ରାଶିଙ୍କ ଭାଗ୍ୟ ଚମକିବ ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ପରିଶ୍ରମ କରି ଲାଭବାନ୍‌ ହେବେ । ଅନେକ ଦିନରୁ ଅଟକି ଥିବା କାମ ପୂରଣ ହେବ । ବଡ ସଫଳତା ମିଳିବ । ଜୀବନରେ ଧନ, ସମ୍ମାନର ଆଗମନ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ସିଂହ – ସଫଳତା ମିଳିବ । ଭାଗ୍ୟର ସାଥ୍‌ ମିଳିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରଣ ହେବ । କର୍ମକ୍ଷେତ୍ରରେ ଅନେକ ଦାୟିତ୍ୱ ମିଳିବ । ଆୟରେ ବୃଦ୍ଧି ହେବ ।

ତୁଳା- ଜୀବନରେ ହସଖୁସିର ଆଗମନ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଅନେକ ଦିନର ଇଚ୍ଛା ପୂରଣ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଭଗବାନ ଶିବ ଓ ମା’ପାର୍ବତୀଙ୍କ କୃପା ପ୍ରାପ୍ତି ହେବ । ଧର୍ମାିକ ସ୍ଥଳକୁ ଯାତ୍ରା କରିବାର ଯୋଗ ରହିଛି ।

ବିଛା- ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଯାତ୍ରାର ଯୋଗ ରହିଛି ।

କୁମ୍ଭ- ଭଗବାନ ଶଙ୍କରଙ୍କ କୃପା ପ୍ରାପ୍ତି ହେବ । ଅନେକ ଶୁଭଫଳ ମିଳିବ । ପରିବାରରେ ଓ ଜୀବନରେ ହସଖୁସି, ସୁଖସମୃଦ୍ଧି ବୃଦ୍ଧି ହେବ ।

ମହାଶିବରାତ୍ରୀରେ ବାସ୍‌ ଏହି ଗୋଟିଏ ସରଳ ଉପାୟରେ ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା, ଧନସମ୍ପତ୍ତି ହେବ ଦୁଇଗୁଣା..

ମହାଶିବରାତ୍ରୀରେ ଏମିତି ଅର୍ପଣ କରନ୍ତୁ ବେଲପତ୍ର : କରନ୍ତୁ ନାହିଁ ଏହି ଭୁଲ୍‌..

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories