www.samajalive.in
Sunday, December 7, 2025
23.1 C
Bhubaneswar

ମହାଶିବରାତ୍ରୀରେ ଏମିତି ଅର୍ପଣ କରନ୍ତୁ ବେଲପତ୍ର : କରନ୍ତୁ ନାହିଁ ଏହି ଭୁଲ୍‌..

ଫାଲଗୁଣ ମାସରେ ଭଗବାନ ଶିବଶଙ୍କରଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ମାସର କୃଷ୍ଣପକ୍ଷର ଚତୁର୍ଦଶୀ ତିଥିରେ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ଆରାଧନାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ରତ ମହାଶିବରାତ୍ରୀ ପାଳନ କରାଯାଏ। ଚଳିତ ବର୍ଷ ୨୬ ଫେବୃଆରୀରେ ମହାଶିବରାତ୍ରୀ ବ୍ରତ ପାଳନ କରାଯିବ । ଧାର୍ମିକ ଓ ପୌରାଣିକ ମାନ୍ୟତା ଅନୁଯାୟୀ ମହାଶିବରାତ୍ରୀରେ ମହାଦେବ ଓ ମା’ପାର୍ବତୀଙ୍କ ବିବାହର ତିଥି । ଏହି ଦିନ ଶ୍ରଦ୍ଧାଳୁ ବ୍ରତ ପାଳନ କରିବା ସହ ଭଗବାନ ଶିବ ଓ ମା’ ପାର୍ବତୀଙ୍କୁ ବିଧି ବିଧାନର ସହ ପୂଜାର୍ଚ୍ଚନା କରନ୍ତି । ସାରା ଦେଶରେ ଶିବ ମନ୍ଦିରରେ ମହାଶିବରାତ୍ରୀ ବେଶ ଧୂମଧାମରେ ପାଳନ କରାଯାଏ । ଲକ୍ଷାଧିକ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରି ଥାନ୍ତି । ଭଗବାନ ଶଙ୍କରଙ୍କ ପ୍ରିୟ ଜିନିଷ ବେଲପତ୍ର, ଭାଙ୍ଗ, ଦୁଦୁରା ଫୁଲ, ଧଳା ରଙ୍ଗର ଫୁଲ ଅର୍ପଣ କରି ଜଳାଭିଷେକ ମଧ୍ୟ କରି ଥାନ୍ତି । ଭଗବାନ ଶଙ୍କରଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ। ମହାଶିବରାତ୍ରୀରେ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବାର ଖୁବ୍‌ ମହତ୍ତ୍ୱ ରହିଛି । ମାତ୍ର ଗଛରୁ ବେଲପତ୍ର ତୋଳି ଆଣିବାର ମଧ୍ୟ କିଛି ନିୟମ ରହିଛି। ଜାଣନ୍ତୁ..

ସୋମବାର ବେଲପତ୍ର ତୋଳିବାକୁ ବାରଣ କରାଯାଇଛି । ଏହି ବାର ଭଗବାନ ଶଙ୍କରଙ୍କୁ ସମର୍ପିତ । କୁହାଯାଏ ଏହି ବାରରେ ବେଲପତ୍ରରେ ମା’ପାର୍ବତୀ ବାସ କରି ଥାନ୍ତି । ତେଣୁ ଏହି ଦିନ ବେଲପତ୍ର ତୋଳିଲେ ଭଗବାନ ଶଙ୍କର କ୍ରୋଧ କରି ଥାନ୍ତି ।

- Advertisement -

ରବିବାର ଓ ମାସର ୨ପକ୍ଷର ଦ୍ୱାଦଶ ତିଥିରେ ମଧ୍ୟ ବେଲପତ୍ର ତୋଳିବାକୁ ବାରଣ କରାଯାଇଛି । ସ୍କନ୍ଦ ପୁରାଣ ଅନୁସାରେ ଏହି ଦିନରେ ବେଲପତ୍ର ତୋଳିଲେ ଭଗବାନ ଶଙ୍କର ଅସନ୍ତୁଷ୍ଟ ହୋଇ ଥାନ୍ତି । ମାତ୍ର ଏହି ଦିନରେ ବେଲପତ୍ର ବୃକ୍ଷର ପୂଜାର୍ଚ୍ଚନା କରି ପାରିବେ । ଏହାଦ୍ୱାରା ଧନସମ୍ପତ୍ତିର ଅଭାବ ଦୂର ହୋଇଥାଏ ।

ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..

ମାସର ଚତୁର୍ଦଶୀ, ଅଷ୍ଟମୀ, ନବମୀ, ଚତୁର୍ଦଶୀ, ଅମାବାସ୍ୟା ତିଥି, ସଂକ୍ରାନ୍ତି ତିଥିରେ ମଧ୍ୟ ବେଲପତ୍ର ତୋଳିବା ଉଚିତ୍‌ ନୁହେଁ ।
ବେଲପତ୍ରର ଡେମ୍ଫରୁ ତୋଳନ୍ତୁ । କଦାପି ବେଲପତ୍ରର ଡାଳ ଭାଙ୍ଗନ୍ତୁ ନାହିଁ ।

କେମିତି ଅର୍ପଣ କରିବେ ବେଲପତ୍ର..
ଶିବଲିଙ୍ଗରେ ସର୍ବଦା ତିନି ପତ୍ର ବିଶିଷ୍ଟ ବେଲପତ୍ର ଅର୍ପଣ କରନ୍ତୁ । ତିନି ପତ୍ର ବିଶିଷ୍ଟ ୩, ୭, ୧୧ କିମ୍ବା ୨୧ଟି ବିଷମ ସଂଖ୍ୟାରେ ଅର୍ପଣ କରନ୍ତୁ ।

ସର୍ବଦା ସ୍ୱଚ୍ଛ, ଫାଟିନଥିବା ବେଲପତ୍ର ହିଁ ଅର୍ପଣ କରନ୍ତୁ । ତୋଳିବା ପରେ ବେଲପତ୍ରକୁ ଭଲ ଭାବେ ଧୋଇ ଏହାକୁ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ।

ଶିବଲିଙ୍ଗରେ ସର୍ବଦା ସତେଜ ବେଲପତ୍ର ଅର୍ପଣ କରନ୍ତୁ । ଶୁଖି ଯାଇଥିବା ବେଲପତ୍ର ଅର୍ପଣ କରନ୍ତୁ ନାହିଁ ।
ବେଲପତ୍ରରେ ଚନ୍ଦନରେ ଓଁ କିମ୍ବା ଶ୍ରୀରାମ ଲେଖି ଶିବଲିଙ୍ଗରେ ଅର୍ପଣ କରନ୍ତୁ । ବେଲପତ୍ରର ଚିକ୍କଣ ଅଂଶକୁ ହିଁ ଶିବଲିଙ୍ଗରେ ଅର୍ପଣ କରନ୍ତୁ ।

ବେଲପତ୍ର ଅର୍ପଣ ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ।
ପ୍ରଥମେ ଶିବଲିଙ୍ଗରେ ଜଳ ଅର୍ପଣ କରିବା ପରେ ବେଲପତ୍ର ଅର୍ପଣ କରନ୍ତୁ ।

ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍‌ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories