www.samajalive.in
Sunday, December 7, 2025
26.1 C
Bhubaneswar

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ମାସକର ଦରମା ଦାନ କରିବେ ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବଇ : ମହାରାଷ୍ଟ୍ରର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭୀସ ଏବଂ ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ମାସକର ଦରମା ଦାନ କରିବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି। ସୂଚନା ଅନୁସାରେ ସବୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ମାସକର ଦରମା ଜମା କରିବେ।

ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର ଓ ସଂଗଲୀରେ ବନ୍ୟା ପାଣି ଧୀରେ ଧୀରେ ହ୍ରାସ ପାଉଛି। ଏହି ଦୁଇ ଜିଲାରେ ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରଶାସନ ଆବଶ୍ୟକ ରିଲିଫ ସାମଗ୍ରୀ ଯୋଗାଇଦେବାର ବ୍ୟବସ୍ଥା କରିଛି। ଉଭୟ ଜିଲାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏହାସହ ଆର୍ଥିକ ସହାୟତା ପ୍ରଦାନ ପାଇଁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି। କୋହ୍ଲାପୁର ଉପଜିଲାପାଳ ସଂଜୟ ଶିନ୍ଦେ କହିଛନ୍ତି ଯେ ମୁମ୍ବଇ-ବେଙ୍ଗାଲୁରୁ ଏନଏଚ-୪ ବନ୍ୟା ଯୋଗୁଁ ସପ୍ତାହେ ଧରି ବନ୍ଦ ରହିଥିଲା। ଏବେ ବନ୍ୟା ପାଣି ହ୍ରାସ ସହ ରାଜମାର୍ଗ ଆଶିଂକ ଭାବେ ଯାତାୟତ ପାଇଁ ଖୋଲାଯାଇଛି। ପ୍ରବଳ ବର୍ଷା ଓ ବନ୍ୟାରେ କୋଙ୍କଣ ଏବଂ ପଶ୍ଚିମ ଭାଗର କୋହ୍ଲାପୁର ଏବଂ ସଂଗଲୀ ଜିଲା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଉଭୟ ଜିଲାରେ ବର୍ଷା ଓ ବନ୍ୟା ବିତ୍ପାତରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଲୋକଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ସହ ଗ୍ୟାସ ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ୍‍ ଏବଂ ଫୋନ୍‍ ସଂଯୋଗ ଚାଲୁ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories