www.samajalive.in
Saturday, December 6, 2025
14.1 C
Bhubaneswar

ଶନିବାର ମହାରାଷ୍ଟ୍ର କ୍ୟାବିନେଟ୍ ସମ୍ପ୍ରସାରଣ

ମୁମ୍ବଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଆସନ୍ତା ୧୪ ଅର୍ଥାତ୍ ଶନିବାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ଏନ୍‌ସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫଡ୍‌ନବିସ ଇତିମଧ୍ୟରେ ଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରିମଣ୍ଡଳର ରୂପରେଖ ଚୂଡାନ୍ତ ହେବ ବୋଲି କୁହାଯାଇଛି। ବିଜେପି, ଶିବସେନା ଓ ଏନ୍‌ସିପିକୁ ନେଇ ଗଠିତ ମହାୟୁତି ମେଣ୍ଟ ସରକାର ଗଠନ କରିଥିବାବେଳେ ଫଡ୍‌ନବିସଙ୍କ କ୍ୟାବିନେଟରେ କେଉଁ ଦଳକୁ କେତେ ମନ୍ତ୍ରିପଦ ମିଳିବ, ତାହା ସ୍ପଷ୍ଟ ଜଣାପଡିନାହିଁ। ତେବେ ଏନସିପିର ଜଣେ ନେତା କହିଛନ୍ତି ଯେ ମହାୟୁତି ମେଣ୍ଟରେ ମନ୍ତ୍ରିପଦ ୨୦:୧୦:୧୦ ଅନୁପାତରେ ବଣ୍ଟନ କରାଯିବ। ବିଜେପି ସର୍ବାଧିକ ୧୩୨ ଆସନ ଅକ୍ତିଆର କରିଥିବାରୁ କ୍ୟାବିନେଟରେ ଏହାକୁ ସିଂହଭାଗ ମିଳିବା ସ୍ବାଭାବିକ। ଅପରପକ୍ଷରେ ଶିବସେନା ଓ ଏନ୍‌ସିପି ଯଥାକ୍ରମେ ୫୭ ଓ ୪୧ଟି ଆସନ ଦଖଲ କରିଥିବାରୁ ସେମାନଙ୍କୁ ୧୦:୧୦ ଅନୁପାତରେ ମନ୍ତ୍ରିପଦ ମିଳିବ ବୋଲି ନେତା ଜଣକ କହିଛନ୍ତି। ଗତ ସରକାରରେ ଯେଉଁ ଶିବସେନା ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି, ସେମାନଙ୍କୁ ଏଥର ନିରାଶ ହେବାକୁୁ ପଡିପାରେ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories