ବାନ୍ତି ଦାମ୍ କୋଟି କୋଟି ଟଙ୍କା; ଜାଣନ୍ତୁ କାହିଁକି..
ନୂଆଦିଲ୍ଲୀ : ଏଭଳି ଅନେକ ଅପରିଷ୍କାର ଓ ଦୁର୍ଗନ୍ଧ ଜିନିଷ ରହିଛି, ଯାହାର ଦାମ୍ ସୁନା ଠାରୁ ମଧ୍ୟ ଅଧିକ । ଏକ ମାଛ ବାନ୍ତିର ଦାମ୍ କୋଟି କୋଟି ଟଙ୍କା । ଯାହା ସୁନା,ହୀରା ଠାରୁ ମଧ୍ୟ ଦାମୀ । ମାଛଟି ହେଉଛି ତିମି । ତିମି ମାଛର ବାନ୍ତି ଖୁବ୍ ଦାମୀ । ଏହାକୁ ଅମ୍ବରଗ୍ରୀସ୍ (ambergris) ମଧ୍ୟ କୁହାଯାଏ । ଏହାକୁ ଅତର ଓ ଔଷଧ ଭାବେ ବ୍ୟବହାର କରାଯାଏ । ଏହା ‘ଫ୍ଲୋଟିଙ୍ଗ୍ ଗୋଲ୍ଡ’ ଭାବେ ମଧ୍ୟ ଜଣାଶୁଣା ।
ଜାଣନ୍ତୁ କାହିଁକି ଏହି ମାଛର ବାନ୍ତି ଦାମ୍ କୋଟି କୋଟି ଟଙ୍କା । ମାଛର ବାନ୍ତି,ତିମିର ଶରୀରରୁ ବାହାରୁ ଥିବା ଏକ ପ୍ରକାର ପଦାର୍ଥ । ଏହା ତିମିର ଅନ୍ତରେ ତିଆରି ହେଉଥିବା ପଦାର୍ଥ । ଯାହା ହଜମ ନହୋଇ ବାନ୍ତି ରୂପରେ ନିର୍ଗତ ହୋଇଥାଏ । ଏହାର ରଙ୍ଗ କଳା ଠାରୁ ଆରମ୍ଭ କରି ହାଲୁକା ହଳଦିଆ ଓ ଧଳା ମଧ୍ୟ ହୋଇଥାଏ । ଏହା ମହମ ଖଣ୍ଡ ଭଳି ଦେଖାଯାଏ ।
ତିମି ସମୁଦ୍ରରେ ଥିବା ବିଭିନ୍ନ ପ୍ରକାର ଜିନିଷ ଖାଇଥାଏ । ମାତ୍ର ଏହା ହଜମ ନହେଲେ ବାନ୍ତି ରୂପରେ ବାହାରି ଆସିଥାଏ । ଏହା ସମୁଦ୍ର ପୃଷ୍ଠକୁ ଆସିବା ସହ ଶକ୍ତ ହୋଇ ରହେ ।
ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..
ଏଥିରୁ ଖୁବ୍ ଦୁର୍ଗନ୍ଧ ଆସିଥାଏ । ମାତ୍ର ପରଫ୍ୟୁମ୍ ତିଆରି କରୁଥିବା ବଡ ବଡ କମ୍ପାନୀ ଏହାକୁ କିଣି ଥାଆନ୍ତି । ଏହାର କାରଣ ହେଉଛି ଫରଫ୍ୟୁମ୍ରେ ବାସ୍ନାକୁ ଏହା ଅଧିକ ଦିନ ପର୍ଯ୍ୟନ୍ତ ରଖିପାରିଥାଏ । ଫରଫ୍ୟୁମ୍ ଜଗତରେ ଏହାର ଚାହିଦା ସବୁଠାରୁ ଅଧିକ ।
ଏହାର ବ୍ୟବହାର କେବଳ ପରଫ୍ୟୁମ୍ ପାଇଁ ନୁହେଁ ବରଂ ବିଭିନ୍ନ ପ୍ରକାର ଔଷଧ ତିଆରି ପାଇଁ ମଧ୍ୟ ବ୍ୟବହାର କରାଯାଏ । ବହୁ ପୁରାତନ କାଳରୁ ହିଁ ଏହା ନିଜର ଔଷଧୀୟ ଗୁଣ ପାଇଁ ପରିଚିତ ।
ଷୋଡଶ ଶତାବ୍ଦୀରେ ବ୍ରିଟେନର ରାଜା ଚାର୍ଲ୍ସ ଦ୍ୱିତୀୟ ଏହାକୁ ଅଣ୍ଡା ସହିତ ଖାଇବାକୁ ପସନ୍ଦ କରିଥିଲେ। ଅଷ୍ଟାଦଶ ଶତାବ୍ଦୀରେ ଏହା ତୁର୍କୀ କଫି ଏବଂ ୟୁରୋପୀୟ ଚକୋଲେଟର ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୋଇଥିଲା।
ଭାରତରେ ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ, ତିମି ବାନ୍ତିକୁ ରଖିବା କିମ୍ବା ଏହାର ବ୍ୟବସାୟ କରିବା ବେଆଇନ । ଭାରତରେ ତିମି ଓ ଏହାର ଶରୀରର ସମସ୍ତ ଅଂଶ ସଂରକ୍ଷିତ ଶ୍ରେଣୀରେ ଅନ୍ତର୍ଭୁକ୍ତ ।
Comments are closed.